
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ମୁଖ୍ୟାଳୟର ୧୦ମ ମହଲାରୁ ଡେଇଁ ଏସ୍ପି ପ୍ରେମ ବଲ୍ଲଭ କୁମାର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଅବଶାଦ ଯୋଗୁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।
ମୁଖ୍ୟାଳୟର ପ୍ରବେଶ ପଥରେ ଆଜି ସକାଳ ପ୍ରାୟ ୧୦ଟାରେ ବେଳେ ତାଙ୍କ ରକ୍ତାକ୍ତ ଶରୀରକୁ ଉଦ୍ଧାର କରାଯାଇଥିଲା। ଏସ୍ପି କୁମାରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
୫୫ ବର୍ଷୀୟ ପ୍ରେମ ବଲ୍ଲଭ କୁମାର ଦିଲ୍ଲୀ ପୁଲିସ୍ର କ୍ରାଇମ ଓ ଟ୍ରାଫିକ୍ ୟୁନିଟ୍ର ଏସ୍ପି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଉନ୍ନତ କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ୨୦୧୬ରେ ପୁଲିସ୍ ପଦକ ମଧ୍ୟ ମିଳିଥିଲା।
ପ୍ରାଥମିକ ତଦନ୍ତରୁ ପ୍ରେମ ବଲ୍ଲଭ କୁମାର ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଛି। କିନ୍ତୁ ତାଙ୍କ ମୃତଦେହ ନିକଟରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନଥିବାରୁ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହାପୂର୍ବରୁ ମହାରାଷ୍ଟ୍ରର ପୁଲିସ୍ ଅଫିସର ହିମାଂଶୁ ରୟ ମଧ୍ୟ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।
from Odisha Reporter https://ift.tt/2Q3Jmm4
No comments:
Post a Comment