‘ଧନତେରସ୍‌’ରେ ନିଜ ରାଶି ଅନୁଯାୟୀ ବସ୍ତୁ କିଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

‘ଧନତେରସ୍‌’ରେ ନିଜ ରାଶି ଅନୁଯାୟୀ ବସ୍ତୁ କିଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଭଗବାନ ବିଷ୍ଣୁଙ୍କ ଏକ ଅବତାର ହେଉଛନ୍ତି ଧନ୍ୱନ୍ତରୀ। କାର୍ତ୍ତିକ ମାସ ‘ଧନତେରସ୍‌’ର ତିଥିରେ ଭଗବାନ ଧନ୍ୱନ୍ତରୀ ହାତରେ କଳସ ଧରି ପ୍ରକଟ ହୋଇଥିବା ପୁରାଣରେ ଉଲ୍ଲେଖ ରହିଛି। ଏଣୁ ଏହି ଦିନ କୌଣସି ବି ଧାତୁ ବା ବସ୍ତୁ କିଣିଲେ, ଏହା ପରିବାର ପାଇଁ ଶୁଭଦାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।

କୁହାଯାଏ, ‘ଧନତେରସ୍‌’ରେ କୌଣସି ବସ୍ତୁ କିଣି ଘରକୁ ଆଣିଲେ, ଘରେ ଧନ ୧୩ ଗୁଣା ବୃଦ୍ଧି ପାଇଥାଏ। ଏହି ଦିନ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଭଗବାନ ଧନ୍ୱନ୍ତରୀଙ୍କୁ ପୂଜା କରାଯାଏ ଏବଂ ଘରର ମୁଖ୍ୟଦ୍ୱାରରେ ଦୀପ ମଧ୍ୟ ପ୍ରଜ୍ୱଳନ କରାଯାଇଥାଏ। ଏହି ଦିନ ସମସ୍ତେ ନିଜ ସାମର୍ଥ୍ୟ ଅନୁଯାୟୀ, ସୁନା, ରୂପା, ପିତ୍ତଳ, ତମ୍ବା ଓ ଷ୍ଟିଲ୍‌ ଆଦି ଧାତୁର ବସ୍ତୁ କିଣିଥା’ନ୍ତି।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ରାଶି ଅନୁଯାୟୀ ବସ୍ତୁ କିଣିଲେ, ଏଥିରୁ ଶୁଭ ଫଳ ମିଳିଥାଏ।

ଏବେ ଆସନ୍ତୁ ଜାଣିବା, କେଉଁ ରାଶିର ବ୍ୟକ୍ତି ଏଥର ‘ଧନତେରସ୍‌’ରେ କ’ଣ କିଣିବା ଉଚିତ୍‌।

ମେଷ- ଏହି ରାଶିର ବ୍ୟକ୍ତି ‘ଧନତେରସ୍‌’ରେ ପିତ୍ତଳ ସାମଗ୍ରୀ କିଣିବା ଶୁଭ ଫଳ ଦେଇଥାଏ। ଯଦି ଆପଣ ଏହି ଦିନ ପିତ୍ତଳ ବସ୍ତୁ କିଣିବେ, ତେବେ ପରିବାର ବା ଘରେ ଧନ ବୃଦ୍ଧି ହେବ।

ବୃଷ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚାନ୍ଦିର ଧାତୁ ଅତ୍ୟନ୍ତ ଶୁଭ। ତେଣୁ ବୃଷ ରାଶିର ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁଯାୟୀ ‘ଧନତେରସ୍‌’ରେ ରୂପାର ଯେକୌଣସି ବି ବସ୍ତୁ କିଣିବା ଉଚିତ୍।

ମିଥୁନ- ଏହି ରାଶିର ବ୍ୟକ୍ତି ‘ଧନତେରସ୍‌’ ଦିନ ତମ୍ବାର କୌଣସି ବସ୍ତୁ ଘରକୁ ନିଶ୍ଚୟ ଆଣନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଭଗବାନ ଧନ୍ୱନ୍ତରୀଙ୍କ ଅପାର କୃପା ବର୍ଷିବ।

କର୍କଟ- ଏହି ରାଶିର ବ୍ୟକ୍ତି ‘ଧନତେରସ୍‌’ରେ ଷ୍ଟିଲ୍‌ ବସ୍ତୁ କିଣିଲେ ଶୁଭ ଫଳ ମିଳିବ। ଏହି ବସ୍ତୁ କିଣିଲେ ଆପଣଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ।

ସିଂହ- ‘ଧନତେରସ୍‌’ରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ସୁନା କିଣିବା ଅତ୍ୟନ୍ତ ଶୁଭଦାୟକ। ତେଣୁ ନିଜ ସାମର୍ଥ୍ୟ ଅନୁଯାୟୀ, ଆପଣ ଏହି ଦିନ ସୁନର କିଛି ନା କିଛି ନିଶ୍ଚୟ କିଣନ୍ତୁ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘରେ ସର୍ବଦା ରହିବ ଓ ଘରର ଧନ ୧୩ ଗୁଣା ଅଧକ ହେବ।

କନ୍ୟା- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ‘ଧନତେରସ୍‌’ରେ ରୁପା ସାମଗ୍ରୀ କିଣିବା ଶୁଭଦାୟକ। ତେଣୁ ନିଜ ସାମର୍ଥ୍ୟ ଅନୁଯାୟୀ ରୂପାର କିଛି ସାମଗ୍ରୀ କିଣନ୍ତୁ।

ତୁଳା- ଏହି ରାଶିର ବ୍ୟକ୍ତି ‘ଧନତେରସ୍‌’ରେ ତମ୍ବାର ବସ୍ତୁ କିଣନ୍ତୁ, ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଘରେ ଧନ ବୃଦ୍ଧି ହେବ।

ବିଛା- ବିଶା ରାଶିର ବ୍ୟକ୍ତି ସୁନା କିଣିଲେ ଶୁଭ ଫଳ ମିଳିବ। ତେଣୁ ଏଥର ‘ଧନତେରସ୍‌’ରେ ଆପଣ କିଛି ନା କିଛି ସୁନାର ଜିନିଷ କିଣନ୍ତୁ।

ଧନୁ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପଞ୍ଚଧାତୁରେ ତିଆରି ଜିନିଷ ଶୁଭଦାୟକ। ତେଣୁ ‘ଧନତେରସ୍‌’ରେ ଆପଣ ପଞ୍ଚଧାତୁ ନିର୍ମିତ ବସ୍ତୁ କିଣନ୍ତୁ। ଫଳରେ ଘରେ ଶୁଖ, ଶାନ୍ତି ବଜାୟ ରହିବା ସହ ଧନବୃଦ୍ଧି ହେବ।

ମକର- ଏହି ରାଶିର ବ୍ୟକ୍ତି ‘ଧନତେରସ୍‌’ରେ ସିଲ୍‌ଭର୍‌ କିମ୍ବା ଷ୍ଟିଲ୍‌ର ବାସନ କିଣିବା ଅତ୍ୟନ୍ତ ଶୁଭଦାୟକ ।

କୁମ୍ଭ- କୁମ୍ଭ ରାଶିର ବ୍ୟକ୍ତି ‘ଧନତେରସ୍‌’ରେ ନିଜ ସାମର୍ଥ୍ୟ ଅନୁଯାୟୀ ରୁପାର କୌଣସି ଏକ ବସ୍ତୁ ଘରକୁ ନିଶ୍ଚିତ ଆଣନ୍ତୁ। ଭଗବାନ ଧନ୍ୱନ୍ତରୀଙ୍କ ଅପାର କୃପା ବର୍ଷିବ।

ମୀନ- ମୀନ ରାଶିର ବ୍ୟକ୍ତି ବିଶେଷ ଚଳିତ ବର୍ଷ ‘ଧନତେରସ୍‌’ରେ ସୁନାର କିଛି ବସ୍ତୁ କିଣନ୍ତୁ। ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଘରେ ଧନ ବୃଦ୍ଧି ହେବା ସହ ସୁଖ ଓ ଶାନ୍ତି ମଧ୍ୟ ବଢ଼ିବ।                    



from Odisha Reporter https://ift.tt/2SBHezv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages