ଭୂକମ୍ପ ଝଟ୍‌କାରେ ଥରିଲା ଅରୁଣାଚଳ ପ୍ରଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଭୂକମ୍ପ ଝଟ୍‌କାରେ ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର: ଭୂକମ୍ପ ଝଟ୍‌କାରେ ଥରିଛି ଅରୁଣାଚଳ ପ୍ରଦେଶ। ଭାରତ ଓ ମିଆଁମାର ସୀମାରେ ସୃଷ୍ଟି ହୋଇଥିବା ଏହି ଭୂକମ୍ପର ତୀବ୍ରତା ୫.୫ ରହିଥିବା ରିକ୍ଟର ସ୍କେଲରୁ ଜଣାପଡ଼ିଛି। ଏହାର ପ୍ରଭାବରେ ଅରୁଣାଚଳପ୍ରଦେଶର ବିଭିନ୍ନ ଜିଲ୍ଲାରେ ଝଟକା ଅନୁଭୂତ ହୋଇଥିଲା।

ଅପରାହ୍ଣ ପ୍ରାୟ ୩.୪୭ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ। କିଛି ସ୍ଥାନରେ ପକ୍କା ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି। କିନ୍ତୁ ମୃତାହତଙ୍କ ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ବିଶେଷ କରି ଦିବ୍ରୁଗଡ଼, ଦିମାପୁର, ଇମ୍ଫାଲ,ନାଗାଓଁ ଭଳି ସ୍ଥାନରେ ଝଟ୍‌କା ଅଧିକ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିମି ଗଭୀରରେ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2ReHt2m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages