ଧାନକିଣା ଦୁର୍ନୀତି: ନିଜକୁ ବଞ୍ଚାଇବାକୁ କୋର୍ଟକୁ ଗଲେ ବିଜେଡି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଧାନକିଣା ଦୁର୍ନୀତି: ନିଜକୁ ବଞ୍ଚାଇବାକୁ କୋର୍ଟକୁ ଗଲେ ବିଜେଡି ନେତା

kendrapada

କେନ୍ଦ୍ରାପଡା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଧାନକିଣା ଦୁର୍ନୀତି ନେଇ ଖବର ପରିବେଷଣର ସାତ ମାସ ପରେ ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓ ଓଟିଭି ନାଁରେ କୋର୍ଟରେ ଅଭିଯୋଗ କରିଛନ୍ତି ବିଜେଡି ନେତା। ଧାନ କିଣା ଦୁର୍ନୀତିରେ ସଂପୃକ୍ତି ଅଭିଯୋଗ ଆସିଥିବା କେନ୍ଦ୍ରାପଡ଼ା ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ ଆଜି ନିଜକୁ ନିର୍ଦ୍ଦୋଷ ଦାବି କରି ରାଜନଗର କୋର୍ଟରେ ମାମଲା ଦାୟର କରିଛନ୍ତି।

ଅଭିଯୋଗ ଅନୁସାରେ ଚାଷୀଙ୍କ ଧାନ ବିକିଥିଲେ ଦଲାଲ। ଦଲାଲଙ୍କ ତାଲିକା ପ୍ରସ୍ତୁତ କରିଥିଲେ ଖୋଦ୍ ବିଜେଡି ନେତା। ମୋହରା ହେଲା ସରକାରୀ ସଂସ୍ଥା ମାର୍କଫେଡ୍। ଅଭିଯୋଗ ଆସିଥିଲା କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ଓ ଅନ୍ୟ ଜଣେ ବିଜେଡି ନେତା ପ୍ରମୋଦ ସାମଲଙ୍କ ନାଁରେ। ଓଟିଭିରେ ଏ ଖବର ପ୍ରସାରଣ ହୋଇଥିଲା ଏପ୍ରିଲ ୮ ତାରିଖରେ।

ତେବେ ୭ ମାସ ପରେ ନିଜକୁ ନିର୍ଦ୍ଦୋଷ  ବୋଲି କହି ଏହି ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓ ଓଟିଭି ବିରୋଧରେ କୋର୍ଟରେ ମାମଲା ରୁଜୁ କରିଛନ୍ତି ଧ୍ରୁବ।

ଏନେଇ ବରିଷ୍ଠ ଆଇନଜୀଵୀ ମାନସ ମହାପାତ୍ର କହିଛନ୍ତି, “ଖାଦ୍ୟ ଯୋଗାଣ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡର ତଦନ୍ତ ରିପୋର୍ଟ ଓ ମାର୍କଫେଡର ତଦନ୍ତକୁ ତର୍ଜମା କରାଯାଇ ଖବର ପରିବେଷଣ ହୋଇଥିବାରୁ ଏହା ମାମଲା ଯୁକ୍ତିସଙ୍ଗତ ନୁହେଁ।”



from Odisha Reporter https://ift.tt/2KwN1Tg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages