ରାଫେଲ୍‌ ପାଇଁ ଫ୍ରାନ୍ସରେ ରୁଜୁ ହେଲା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ରାଫେଲ୍‌ ପାଇଁ ଫ୍ରାନ୍ସରେ ରୁଜୁ ହେଲା ମାମଲା

ପ୍ୟାରିସ୍‌: ରାଫେଲ୍‌ ଯୁଦ୍ଧ ବିମାନ୍‌ ଡିଲ୍‌କୁ ନେଇ ଭାରତରେ ଆଇନ୍‌ଗତ ଲଢ଼େଇ ଚାଲିଥିବା ବେଳେ ଏବେ ଫ୍ରାନ୍ସରେ ମଧ୍ୟ ସମାନ ସ୍ଥିତି ଉପୁଜିଛି।

ଫ୍ରାନ୍ସର ଏକ ଏନଜିଓ ସଂସ୍ଥା ରାଫେଲ୍‌ ଡିଲ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ ପାଇଁ ଦେଶର ଫାଇନାନ୍‌ସିଆଲ୍‌ ପ୍ରସିକ୍ୟୁଟର ଅଫିସ୍‌ରେ ଏକ ମାମଲା ରୁଜୁ କରିଛି।
ଭାରତ ସହ ଫ୍ରାନ୍ସ କରିଥିବା ୩୬ ରଫେଲ୍‌ ଯୁଦ୍ଧ ବିମାନ୍‌ ଡିଲ୍‌ କେଉଁ ପରିସ୍ଥତିରେ ହୋଇଛି ଏବଂ ବିମାନ ନିର୍ମାଣକାରୀ ସଂସ୍ଥା ଡାସଲଟ୍‌ ଏଭିଏସନ୍‌ କାହିଁକି ତା’ର ଅଫ୍‌ଶୋର ପାର୍ଟନ ଭାବେ ଭାରତର ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍‌କୁ ବାଛିଲା, ତା’ର ତଥ୍ୟ ଦେବାକୁ ଦାବି କରିଛି।

ରାଫେଲ୍‌ ଡିଲ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ଷମତାର ବ୍ୟବହାର କରି ଡାସଲଟ୍‌ ଉପରେ ଚାପ ପକାଇ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍‌କୁ ଅଫ୍‌ଶୋର ପାର୍ଟନର ଭାବେ ବାଛିଥିବା ବାରମ୍ବାର ଅଭିଯୋଗ ହେଉଛି। ଏନେଇ ଭାରତରେ ବିବାଦ ମଧ୍ୟ ସୃଷ୍ଟି ହୋଇଛି।

ତେଣୁ ଫ୍ରାନ୍ସ ସରକାର ଏହା ଉପରେ ନିଜର ମତ ସାର୍ବଜନୀନ କରନ୍ତୁ। ଏବେ ନ୍ୟାଶନାଲ୍‌ ପବ୍ଲିକ୍‌ ପ୍ରସିକ୍ୟୁଟର ଅଫିସ ଏହାର ବିଧିବଦ୍ଧ ତଦନ୍ତ କରିବ ବୋଲି ଆଶା କରୁଛୁ। ଏହାର ତଦନ୍ତ କରି ପ୍ରକୃତରେ ରାଫେଲ୍‌ ଡିଲ୍‌ରେ ଅନିୟମିତତା ହୋଇଛି କି ନାହିଁ ତା’ର ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ଉକ୍ତ ଏନ୍‌ଜିଓ ସଂସ୍ଥା କହିଛି।
ଭାରତ ସରକାର ୫୯ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଛନ୍ତି। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଚାଲିଛି।



from Odisha Reporter https://ift.tt/2r2BWkb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages