ଭିନ୍ନ ଏକ ମେଳା, ଯେଉଁଠି ଜମେ ଭିକାରିଙ୍କ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଭିନ୍ନ ଏକ ମେଳା, ଯେଉଁଠି ଜମେ ଭିକାରିଙ୍କ ଭିଡ଼

begger1

ବାଲେଶ୍ୱର (ରଶ୍ମି ରଞ୍ଜନ ଦାସ): କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୁଏ ଏକ ଭିନ୍ନ ଧରଣର ମେଳା। ସ୍ଥାନୀୟ ଲୋକେ ଏହାକୁ କହିଥା’ନ୍ତି ଭିକ୍ଷୁକ ମେଳା।

ପ୍ରତିବର୍ଷ ଭଳି ଗତକାଲି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ବହୁ ଭିକାରି ଯୋଗ ଦେଇଥିଲେ। ଏଥର ପ୍ରାୟ ୨ ହଜାର ଭିକାରି ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଅନେକ କୁଷ୍ଠରୋଗୀ ଥିଲେ। ଅନେକ ମହିଳା ବି ଥିଲେ।

beggarବାଲିଘାଟରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ରେ ଏହି ଭିକାରିମାନେ ବସନ୍ତି। ଏଠାରେ ଏମିତି ଭିକ୍ଷୁକ ମେଳା ବସିବା ପଛରେ ଗୋଟିଏ କାରଣ ରହିଛି। ବାଲିଘାଟରେ କାର୍ତ୍ତିକ ବୁଡ଼ ପକାଇବା ପରେ ଡଙ୍ଗା ଭସାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଭିକାରିମାନଙ୍କୁ ଚାଉଳ, ବିସ୍କୁଟ, ବସ୍ତ୍ର ଓ ଟଙ୍କା ଦାନ କରନ୍ତି। ପୁଣ୍ୟ ଅର୍ଜନ ଆଶାରେ ଶ୍ରଦ୍ଧାଳୁମାନେ ଦାନ କରନ୍ତି।

ଲକ୍ଷ୍ମୀପ୍ରିୟା ମହାଳିକ ନାମକ ଜଣ ଶ୍ରଦ୍ଧାଳୁ କହିଛନ୍ତି,“ମୁଁ ପ୍ରତିବର୍ଷ ଏଠାକୁ ଆସେ। ଠାକୁରଙ୍କୁ ଦର୍ଶନ କରିବା ପରେ ଏଠାରେ ବସିଥିବା ଭିକ୍ଷୁକମାନଙ୍କୁ ଦାନ କରେ। ଠାକୁରଙ୍କ ଆଶୀର୍ବାଦରୁ ଯେଉଁ ବର୍ଷ ଯାହା ଥାଏ, ତାହା ଦାନ କରେ। ଏଠାରେ ବସୁଥିବା ସବୁ ଭିକ୍ଷୁକଙ୍କୁ ଦିଏ। ସମସ୍ତେ ତ ଖଟି ଖାଉଛନ୍ତି। କିନ୍ତୁ ବର୍ଷ ସାରା ଯାହା ଅର୍ଜନ କରୁଛନ୍ତି, ସେଥିରୁ କିଛି ଦାନ ନ କଲେ ମଣିଷ ଜନ୍ମ ପାଇ କି ଲାଭ?”

begg3ଏହି ମେଳାରେ ଯୋଗ ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭିକାରିମାନେ ପ୍ରାୟ ସପ୍ତାହେ ପୂର୍ବରୁ ଆସି ଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଦିନ ସାରା ବସି ରହି ଭଲ ପରିମାଣରେ ଚାଉଳ, ପଇସା ସହ ଅନ୍ୟାନ୍ୟ ଜିନିଷ ନେଇ ମନ ଖୁସିରେ ଘରକୁ ଫେରନ୍ତି। ଦାନ କରି ଶ୍ରଦ୍ଧାଳୁମାନେ ବି ବେଶ୍ ଖୁସି ହୁଅନ୍ତି।



from Odisha Reporter https://ift.tt/2r24KJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages