
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶ୍ୱର ସର୍ବୋଚ୍ଚ ତଥା ଭାରତର ପ୍ରସିଦ୍ଧ ୧୮୨ ମିଟର ବା ୫୯୭ ଫୁଟ ଉଚ୍ଚର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ସ୍ୟାଟେଲାଇଟ୍ ଫଟୋ ଏବେ ଚର୍ଚ୍ଚାରେ। ବ୍ୟବସାୟିକ ସ୍ୟାଟେଲାଇଟ୍ ନେଟ୍ୱର୍କ ‘ପ୍ଲାନେଟ୍’ ପକ୍ଷରୁ ଏପରି ଏକ ଫଟୋ ଜାରି କରାଯାଇଛି। ଗତ ନଭେମ୍ବର ୧୫ ତାରିଖରେ ଏହି ଫଟୋଚିତ୍ରଟି ମହାକାଶରୁ ଉତ୍ତୋଳିତ।
At 597 feet, India’s Statue of Unity is now the tallest statue in the world and clearly seen from space! Oblique SkySat image captured today, November 15, 2018. pic.twitter.com/FkpVoHJKjw
— Planet (@planetlabs) November 15, 2018
ଗତ ଅକ୍ଟୋବର ୩୧ ତାରିଖ ଲୌହ ପୁରୁଷ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘାଟନ କରିଥିଲେ। ୨୯୮୯ କୋଟି ବ୍ୟୟରେ ନିର୍ମିତ ଏହି ବ୍ରୋଞ୍ଜ ପ୍ରତିକୃତି ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ଦୁଇ ଗୁଣ ଉଚ୍ଚ।
ଏହି ଫଟୋ ସ୍କାଇସ୍ୟାଟ୍ ସ୍ୟାଟେଲାଇଟ୍ ନେଇଛି ଯାହାକି ପ୍ଲାନେଟ୍ ଲ୍ୟାବ୍ ପରିଚାଳିତ। ଏହା ସ୍ୟାଟେଲାଇଟ୍ ଭିଡିଓ ସେବା ମଧ୍ୟ ଯୋଗାଇଥାଏ।
from Odisha Reporter https://ift.tt/2QRAhZS
No comments:
Post a Comment