
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ମ୍ୟାଚ୍ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲିଙ୍କୁ ବିସିସିଆଇର କମିଟି ଅଫ୍ ଆଡମିଷ୍ଟ୍ରେଟର୍(ସିଓଏ) ଭଦ୍ରାମୀର ପାଠ ପଢ଼ାଇଛି। ଦିନକୁ ଦିନ ବିରାଟ୍ ଉଭୟ ମିଡିଆ ଓ ସାଧାରଣ ଲୋକଙ୍କ ସହ ବାର୍ତ୍ତାଳାପ କରୁଥିବେଳେ ଆକ୍ରମଣାତ୍ମକ ହୋଇଯାଉଥିବାରୁ ସିଓଏ ଏହା ଉପରେ ଲଗାମ ଦେବାକୁ ବିରାଟ୍ଙ୍କୁ ପରାମର୍ଶ ଦେଇଛି।

ନିକଟରେ ଜଣେ ଫ୍ୟାନ୍ଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହି ବିରାଟ ବିବାଦରେ ଛନ୍ଦି ହୋଇ ଯାଇଥିବାରୁ ଏବେ ସିଓଏ ଏଭଳି ପରାମର୍ଶ ଦେଇଛି। ବେଶ ନମ୍ରତାର ସହ ସମସ୍ତଙ୍କ ସହ କଥା ହୋଇ ନିଜର କୋମଳ ହୃଦୟର ପରିଚୟ ସମସ୍ତଙ୍କୁ ଦିଅନ୍ତୁ ବୋଲି ସିଓଏ ବିରାଟ୍ଙ୍କୁ କହିଛି।

ମୁମ୍ବାଇ ମିରର୍ର ରିପୋର୍ଟ ଅନୁଯାୟୀ, ପ୍ରଥମେ ସିଓଏ ବିରାଟ୍ଙ୍କୁ ହ୍ୱାଟସ୍ଆପ ଜରିଆରେ ନିଜର ‘ଆଗ୍ରେସନ୍’ ଉପରେ ରୋକ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଏକ ଫୋନ୍ ଜରିଆରେ ମଧ୍ୟ ବିରାଟ୍ ତାଙ୍କ ବ୍ୟବହାରରେ ସଂଯମ ରକ୍ଷା କରନ୍ତୁ ବୋଲି କୁହାଯାଇଛି।

କେବଳ ମିଡିଆ କିମ୍ବା ସାଧାରଣ ଲୋକଙ୍କ ସହ ନୁହେଁ, ପଡ଼ିଆରେ ମଧ୍ୟ ନିଜ ବ୍ୟବହାର ଉପରେ ରୋକ ଲଗାଇବା ଦରକାର ବୋଲି ସିଓଏ ବିରାଟ୍ଙ୍କୁ ପରାମର୍ଶ ଦେଇଛି।

ନିକଟରେ ଜଣେ ଫ୍ୟାନ୍ କହିଥିଲେ “ମୋତେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ବ୍ୟାଟିଂ ଭଲ ଲାଗେନି। କିନ୍ତୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିଙ୍କ ବ୍ୟାଟିଂରେ ନୂତନତ୍ୱ ଦେଖିବାକୁ ମିଳେ।” ଏହି କଥାକୁ ନେଇ ବିରାଟ୍ ତାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା।
from Odisha Reporter https://ift.tt/2PB2GXo
No comments:
Post a Comment