ପିସି କାରବାର ପାଇଁ ଓଡ଼ିଶାରେ ଶିଳ୍ପ ସଂସ୍ଥା ଫେଲ୍ ମାରୁଛି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ପିସି କାରବାର ପାଇଁ ଓଡ଼ିଶାରେ ଶିଳ୍ପ ସଂସ୍ଥା ଫେଲ୍ ମାରୁଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରତି ଓଡ଼ିଶା ସରକାରଙ୍କ ମନୋଭାବ ଭଲ ନଥିବାରୁ ଓ ପିସି କାରବାର ଚାଲୁଥିବାରୁ ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକ ଫେଲ୍ ମାରୁଛି। ସେମାନଙ୍କର ଉନ୍ନତି ହେବା ପରିବର୍ତେ ଅବନତି ହେଉଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା ଏବେ ମେକ୍ ଇନ୍ ବିଜେଡି ଓ ବ୍ରେକ୍ ଇନ୍ ଓଡ଼ିଶାରେ ପରିଣତ ହୋଇସାରିଲାଣି। ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା ନାଁରେ ଲୋକଙ୍କୁ କେବଳ ଭୂଆଁ ବୁଲାଉଛନ୍ତି। ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଜରୁରୀ ଥିବା ବିଜୁଳି, ଜଳ, କଞ୍ଚାମାଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାକୁ ରାଜ୍ୟର ବିକାଶ ପରିବର୍ତ୍ତେ ନିଜର ରାଜନୀତିକ ଫାଇଦା ପାଇଁ ଉପଯୋଗ କରୁଛନ୍ତି।

ଶିଳ୍ପର ବିକାଶ ପାଇଁ ବିଦ୍ୟୁତର ଆବଶ୍ୟକତା ସବୁଠୁ ଅଧିକ ରହିଛି। କିନ୍ତୁ ଆମ ରାଜ୍ୟରେ ବିଦ୍ୟୁତର ଘୋର ଅଭାବ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ଦର ଯଥେଷ୍ଟ ଅଧିକ। ଯାହା ଫଳରେ ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଓଡ଼ିଶାରେ କୋଇଲା ପରିମାଣ ଗୁଜରାଟଠାରୁ ଅଧିକ ଥିଲେ ମଧ୍ୟ ଗୁଜରାଟରେ ବିଦ୍ୟୁତ୍ ଦର ଓଡ଼ିଶାଠୁ କମ୍ ରହିଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକର ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରରେ ଉନ୍ନତି ପାଇଁ କୋହଳ ମନୋଭାବ ପୋଷଣ କରୁଥିବାରୁ ସେଠାରେ ଶିଳ୍ପର ବିକାଶ ସମ୍ଭବପର ହୋଇପାରୁଛି। କିନ୍ତୁ ଓଡ଼ିଶା ସରକାରଙ୍କ ଉଦାସୀନ ମନୋଭାବ, ରାଜନୀତିକ ସ୍ୱାର୍ଥ ଓ ପିସି କାରବାର ଯୋଗୁ ଓଡ଼ିଶାରେ ବଡ଼ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଉ ଯେଉଁମାନେ ଆଗ୍ରହ ଦେଖାଉଛନ୍ତି ସେମାନଙ୍କ ଉପରେ ପିସି କାରବାରର ଚାପ ଓ ଆବଶ୍ୟକ ଭିତ୍ତିଭୂମି ମିଳୁନଥିବାରୁ ଶିଳ୍ପ ସ୍ଥାପନ କରିବାରେ ସକ୍ଷମ ହେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି ।



from Odisha Reporter https://ift.tt/2Qp37QX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages