ଶାଶୂବୋହୂ ସିରିଆଲ୍ ଦେଖି ତମେ କ’ଣ ଶିଖିଛ ବିନୋଦ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଶାଶୂବୋହୂ ସିରିଆଲ୍ ଦେଖି ତମେ କ’ଣ ଶିଖିଛ ବିନୋଦ?

ଶାଶୂବୋହୂ ସିରିଆଲ‌୍‍

ସାର‌୍‍: ଆଚ୍ଛା ବିନୋଦ କହିଲ, ଆମ ଦେଶର ଟିଭି ଚ୍ୟାନେଲ ଗୁଡ଼ିକରେ ପ୍ରସାରଣ ହେଉଥିବା ଶାଶୂବୋହୂ ସିରିଆଲ ଗୁଡ଼ିକ‌ରୁ ତମେ କ’ଣ ଶିଖିଲ?

ବିନୋଦ: ସାର‌୍‍ ମୁଁ ମାସ ମାସ ଧରି ମେଗା ସିରିଆଲ‌୍‍ ଦେଖିବା ପରେ ଏତିକି ଶିଖିଲି ଯେ, ଯେଉଁ ମହିଳା ଆକ୍ଟରଙ୍କ ମଥାରେ ଯେତେବଡ଼ ବିନ୍ଦି, ସେ ସେତେ ବଡ଼ ଖଳନାୟିକା, ସେତେ ଖତରନାକ୍।

ପ୍ରବଚନ

ଗୋଟେ ଜାଗାରେ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ବହୁ ଲୋକ ତାଙ୍କ ପ୍ରବଚନକୁ ପିଇ ଯାଉଥିଲେ।

ପ୍ରବଚକ: ଏଇ ଜନ୍ମରେ ଯିଏ ପୁରୁଷ, ଆର ଜନ୍ମରେ ବି ସେ ପୁରୁଷ ହୋଇ ରହିବ। ଆଉ ଏଇ ଜନ୍ମରେ ଯିଏ ନାରୀ, ଆସନ୍ତା ଜନ୍ମରେ ବି ସେ ନାରୀ ରୂପରେ ହିଁ ଜନ୍ମନେବ।

ପ୍ରବଚକ ମହାଶୟଙ୍କର ଏ ପ୍ରବଚନ ଶୁଣି ଆଗରେ ବସିଥିବା ଜଣେ ବୁଢ଼ୀ ମାଉସୀ ଉଠି ଯିବାକୁ ଉଦ୍ୟତ ହେଲେ। ଏହା ଦେଖି ପ୍ରବଚକ ମହାଶୟ ପଚାରିଲେ- ମାଉସୀ ପ୍ରବଚନ ଭଲ ଲାଗିଲାନି କି ? କ’ଣ ପଳୋଉଛ ?

ମାଉସୀ କହିଲେ- ଆସନ୍ତା ଜନ୍ମରେ ବି ଯଦି ସେଇ ରୋଷେଇ ଘରେ ଭାତ ବସେଇବି ଓ ରୁଟି ବେଲିବି, ତେବେ ତମ ଏ ପ୍ରବଚନ କାହିଁକି ଆଉ ଶୁଣିବି ?

ପାରିବାରିକ ଗୁରୁଜ୍ଞାନ

ଆମ ପରିବାର ଗୁଡ଼ିକରେ ବାପା ସବୁବେଳେ କହନ୍ତି, ଝିଅମାନେ ହେଉଛନ୍ତି ଘରର ଇଜ୍ଜତ।

କିନ୍ତୁ ଘରର ସମ୍ପତ୍ତି ଭାଗବାଣ୍ଟ ବେଳେ, ସବୁ ଜମିବାଡ଼ି କାଗଜପତ୍ର ପୁଅମାନଙ୍କ ନାଁରେ କରନ୍ତି, ଯେଉଁମାନେ ଦିନରାତି ଘରର ଇଜ୍ଜତ ବାହାରେ ବିକନ୍ତି।

ଗିଫ୍ଟ

ଆମେରିକା ପରମ୍ପରା: ଆମେରିକାରେ କେହି ଯଦି କାହାକୁ ଗିଫ୍ଟ ଦିଏ, ତେବେ ଗିଫ୍ଟ ପାଉଥିବା ବ୍ୟକ୍ତି ଗିଫ୍ଟ ଦେଉଥିବା ବ୍ୟକ୍ତିକୁ ଧନ୍ୟବାଦ ଜଣାଏ।

ଭାରତ ପରମ୍ପରା: ଆଉ ଭାରତରେ ଯଦି କେହି କାହାକୁ ଗିଫ୍ଟ ଦିଏ, ତେବେ ଗିଫ୍ଟ ପାଉଥିବା ବ୍ୟକ୍ତି କହେ- ହି ହି ହି, ଏ ସବୁ କାହିଁକି ଦଉଛନ୍ତି, କିଛି ଆବଶ୍ୟକ ନଥିଲା।



from Odisha Reporter https://ift.tt/2D6hWEh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages