ଓଡ଼ିଶାରେ ରିଲାଏନ୍ସ ନିବେଶ କରିବ ଆଉ ୩ ହଜାର କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଓଡ଼ିଶାରେ ରିଲାଏନ୍ସ ନିବେଶ କରିବ ଆଉ ୩ ହଜାର କୋଟି

tyyyuu

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ରିଲାଏନ୍ସ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ। ଯାହା ମୁଖ୍ୟତଃ ଡିଜିଟାଲ୍ କ୍ଷେତ୍ରରେ ବିନିଯୋଗ ହେବ। ଆଜି ଏନେଇ ମେକ୍-ଇନ୍-ଓଡ଼ିଶା କନକ୍ଲେଭରେ ସୂଚନା ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଅମ୍ବାନୀ।
ସେ କହିଛନ୍ତି, “ରାଜ୍ୟର ଯୁବ ପିଢ଼ିଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବ ରିଲାଏନ୍ସ। ବର୍ତ୍ତମାନ ରାଜ୍ୟର ୩୦ ହଜାର ଯୁବକ ଯୁବତୀ ରିଲାଏନ୍ସ ସହ ନିଯୁକ୍ତି କ୍ଷେତ୍ରରେଯୋଡ଼ି ହୋଇଛନ୍ତି।”

ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ କ୍ଷେତ୍ରରେ ବିପ୍ଲବ ଆଣିବାରେ ରିଲାଏନ୍ସ ଜିଓ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅମ୍ବାନି କହିଛନ୍ତି। ରିଲାଏନ୍ସ ଜିଓ ସହ ୪୩ ହଜାର ଗାଁ ଯୋଡ଼ି ହୋଇଛନ୍ତି। ତେବେ ରାଜ୍ୟର ଗ୍ରାମାଞ୍ଚଳର ଉନ୍ନତି କ୍ଷେତ୍ରରେ ରିଲାଏନ୍ସ କାମ କରିବ ବୋଲି ସେ କହିଛନ୍ତି।

yuuuu7888

ଜିଓ ଫାଇବର ଫିକ୍ସ ବ୍ରଡବ୍ୟାଣ୍ଡ ଜରିଆରେ ଇଣ୍ଟରନେଟ୍ ସହ ସମସ୍ତଙ୍କୁ ଯୋଡ଼ିବ। ଏହାସହ ଇଜ୍ ଅଫ୍ ଡୁଇଙ୍ଗ ଜରିଆରେ କୁଟୀର ଏବଂ କ୍ଷୁଦ୍ର ଶିଳ୍ପକୁ ରିଲାଏନ୍ସ ପ୍ରୋତ୍ସାହନ ଯୋଗାଇବ ବୋଲି ସେ କହିଛନ୍ତି।

ସେହିପରି ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି କୁମାର ମଙ୍ଗଳମ୍ ବିର୍ଲା ରାଜ୍ୟରେ ୨ ବର୍ଷରେ ୨ ବିଲିୟନ ଡଲାର ନିବେଶ ପାଇଁ ଘୋଷଣା କରିଛନ୍ତି।

JSPL ଓଡ଼ିଶାରେ ନିଜ ଇସ୍ପାତ କାରଖାନା ଉତ୍ପାଦନ ବଢ଼ାଇବ ବୋଲି ବିଜନେସ୍ ଲିଡରଶିପ୍ ସମ୍ମିଟ୍‌ରେ ନବୀନ ଜିନ୍ଦଲ ଘୋଷଣା କରିଛନ୍ତି। ଅନୁଗୋଳ ପ୍ଲାଣ୍ଟରୁ ବାର୍ଷିକ ୬ ମିଲିୟନ ଟନ୍ ଇସ୍ପାତଉତ୍ପାଦନ ହେଉଛି। ୨୦୩୦ ସୁଦ୍ଧା ୨୦ ମିଲିୟନ ଟନ୍ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ ରଖା ଯାଇଥିବା ଜିନ୍ଦଲ କହିଛନ୍ତି।



from Odisha Reporter https://ift.tt/2z3YUf9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages