ସିବିଆଇ ବିବାଦ: କ୍ଷମା ମାଗି ରିପୋର୍ଟ ଦାଖଲ କଲା ସିଭିସି, ଶୁକ୍ରବାର ପରବର୍ତ୍ତୀ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ସିବିଆଇ ବିବାଦ: କ୍ଷମା ମାଗି ରିପୋର୍ଟ ଦାଖଲ କଲା ସିଭିସି, ଶୁକ୍ରବାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ବାଧ୍ୟତାମୂଳକ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ତେବେ ସର୍ବୋଚ୍ଚ ଅଦାଲତ ଧାର୍ଯ୍ୟ କରିଥିବା ତାରିଖର ଗୋଟିଏ ଦିନ ପରେ ସିଭିସି ଏହି ରିପୋର୍ଟ ଦାଖଲ କରିଥିବାରୁ ଏଥିପାଇଁ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଛି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସିଭିସି ରିପୋର୍ଟ ପାଇବା ପରେ କହିଥିଲେ, “ ଆପଣ ତଦନ୍ତ ରିପୋର୍ଟ ଦାଖଲ କରିବେ ବୋଲି ରବିବାର ଛୁଟି ସତ୍ତ୍ୱେ କୋର୍ଟଙ୍କ ରେଜିଷ୍ଟ୍ରାର ଅଫିସ ଖୋଲା ରହିଥିଲା। ସକାଳୁ ଏହା ଖୋଲା ରହିଥିଲେ ହେଁ ଆପଣ ରପୋର୍ଟ ଦାଖଲ କରିବାକୁ ଆସିଲେନି। ଏପରି କି ଆପଣ ଏ ସଂକ୍ରାନ୍ତରେ ଆମମାନଙ୍କୁ ସୂଚନା ମଧ୍ୟ ଦେଲେନାହିଁ। କ’ଣ ପାଇଁ ଏଭଳି ଅବହେଳା?”

ଏହାର ଜବାବ୍‌ରେ ପ୍ରଥମେ ସିଭିସି ପକ୍ଷରୁ କ୍ଷମା ନିବେଦନ କରାଯାଇଥିଲା। ଏହାପରେ ସିଭିସି ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ତୁଷାର ମେହେଟ୍ଟା କହିଥିଲେ “ ଆମେ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ଶନିବାର ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିଥିଲେ ହେଁ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରିପାରିନଥିଲୁ। ଏଥିପାଇଁ ଆମେ ପୁଣିଥରେ କ୍ଷମା ମାଗୁଛୁ। କିନ୍ତୁ ଆମେ ଧାର୍ଯ୍ୟ ସମୟର ଗୋଟିଏ ଘଣ୍ଟା ପରେ ଆସିଥିଲୁ। କିନ୍ତୁ ୧୧.୩୦ରେ କୋର୍ଟ ରେଜିଷ୍ଟ୍ରାର ଅଫିସ ବନ୍ଦ ହୋଇଯାଇଥିଲା।”

ଜଷ୍ଟିସ୍‌ ଗୋଗୋଇଙ୍କ ଖଣ୍ଡପୀଠ ଏହା ଶୁଣିବା ପରେ ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଛନ୍ତି।

ସିଭିସି ଆଜି ଆଲୋକ ବର୍ମାଙ୍କ ତଦନ୍ତ ରିପୋର୍ଟ ସହ ଅକ୍ଟୋବର ୨୩ରୁ ନିଯୁକ୍ତ ହୋଇଥିବା ସିବିଆଇର ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓ ନେଇଥିବା ସମସ୍ତ ପ୍ରକାରର ନିଷ୍ପତ୍ତି ସଂକ୍ରାନ୍ତ ଏକ ରିପୋର୍ଟ ବନ୍ଦ ଲଫାପାରେ ଖଣ୍ଡପୀଠଙ୍କୁ ଦିଆଯାଇଛି। ଏଥିରେ ବରିଷ୍ଠ ସିବିଆଇ ଅଫିସରଙ୍କ ବଦଳି ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ରହିଛି।

ମାଂସ ମାଫିଆ ମୋଇନ୍‌ କ୍ୟୁରେସୀ ମାମଲାରେ ଆଲୋକ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବେଶ ହଟଚମଟ ସୃଷ୍ଟି ହେବା ପରେ ଉଭୟଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଥିଲା।

କେନ୍ଦ୍ର ସରକାର ଶ୍ରୀ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଥିବାରୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ଅକ୍ଟୋବର ୨୬ରେ ମାମଲାର ତଦନ୍ତ ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ସିଭିସିକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ସିଭିସି ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲା।



from Odisha Reporter https://ift.tt/2K2TDZD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages