ବଲିଉଡ୍‌କୁ ଫେରିଛି ‘ଫ୍ଲାର୍ଡ ଜିନ୍ସ୍‌’ ଟ୍ରେଣ୍ଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ବଲିଉଡ୍‌କୁ ଫେରିଛି ‘ଫ୍ଲାର୍ଡ ଜିନ୍ସ୍‌’ ଟ୍ରେଣ୍ଡ୍‌

ଭୁବନେଶ୍ନର(ଓଡ଼ିଶା ରିପୋର୍ଟର୍‌): ସମୟ ସହ ତାଳ ଦେଇ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ୍‌। କେବେ ହାଇ ୱେଷ୍ଟ୍‌ ଜିନ୍ସ୍‌ ତ ପୁଣି କେବେ ସ୍କିନି ଜିନ୍ସ୍। ଆଉ ଏବର ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ସାଜିଛି ‘ଫ୍ଲାର୍ଡ ଜିନ୍ସ୍'(flared jeans)।

ତେବେ ଫ୍ୟାଶନ୍‌ର ଏହି ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ନୂଆ ନୁହେଁ। ଦୀର୍ଘ ବର୍ଷ ତଳେ ଏହି ‘ଫ୍ଲାର୍ଡ ଜିନ୍ସ୍’କୁ ବେଲ୍ ବଟମ୍‌ ଜିନ୍ସ୍‌ କୁହାଯାଉଥିଲା। ଏବେ ପୁଣି ଫେରିଥିବା ଏହି ଫ୍ୟାଶନ୍‌ ଟ୍ରେଣ୍ଡ୍‌ ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କୁ ଏକପ୍ରକାର କିମିଆ କରିଛି।

ଆସନ୍ତୁ ଜାଣିବା, ଏହି ପୁରୁଣା ଫ୍ୟାଶନ୍‌ ଟ୍ରେଣ୍ଡ୍‌ରୁ ଆପଣ ନିଜେ କିଭଳି ଷ୍ଟାଇଲିସ୍ ଲୁକ୍ ପାଇବେ।

୧. ଆପଣ ଚାହିଁଲେ, ଆଲିଆ ଭଟ୍ଟଙ୍କ ଭଳି ଡେନିମ୍‌ ଜ୍ୟାକେଟ୍‌ ସହ ଫ୍ଲାର୍ଡ ଜିନ୍ସ ପିନ୍ଧି ପାରିବେ। ଯଦି ସାଙ୍ଗମାନଙ୍କ ସହ ହ୍ୟାଙ୍ଗ୍‌ ଆଉଟ୍‌ର ପ୍ଲାନ୍‌ ଥାଏ, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ୍‌ ଲୁକ୍‌ ହେବ।

୨. କାଜୁଆଲ୍‌ ଲୁକ୍‌ ଚାହୁଁଥିଲେ, ଆପଣ ଦୀପିକାଙ୍କ ଭଳି ଶର୍ଟ ସହ ଫ୍ଲାର୍ଡ ଜିନ୍ସ୍‌ ପିନ୍ଧି ପାରିବେ। ଏହି ଷ୍ଟାଇଲ୍‌ ଆପଣାଇଲେ, ଆପଣ ଏକଦମ୍‌ ବିନ୍ଦାସ୍‌ ଲୁକ୍‌ରେ ଖୁବ୍ ସ୍ମାର୍ଟ ବି ଲାଗିବେ।

୩. ଆପଣ ଚାହିଁଲେ, ଟ୍ୱିଙ୍କଲ୍ ଖନ୍ନାଙ୍କ ପରି ହ୍ୱାଇଟ୍‌ ଶର୍ଟ ସହ ଫ୍ଲାର୍ଡ ଜିନ୍ସ ପିନ୍ଧି ନିଜ ଲୁକ୍‌କୁ ଆହୁରି ଫ୍ୟାଶନେବଲ୍‌ କରିପାରିବେ।

୪. ଯଦି ହଟ୍‌ ଲୁକ୍‌ ଚାହୁଁଛନ୍ତି, ତେବେ ଆପଣ ଜାହ୍ନବୀ କପୁରଙ୍କ ପରି ଡେନିମ୍‌ ଫ୍ଲାର୍ଡ ଜିନ୍ସକୁ କ୍ରପ୍‌ ଟପ୍‌ ସହ ପିନ୍ଧି ପାରିବେ।

୫. ଉପର ଦୁଇଟି ଫଟୋରୁ ମଲାଇକା ଅରୋରା ଗୋଟିକରେ କ୍ରପ୍‌ ଟପ୍‌ ଓ ଅନ୍ୟଟିରେ କୁଲ୍ ଟି’ ଶର୍ଟ ସହ ଫ୍ଲାର୍ଡ ଜିନ୍ସ୍ ପିନ୍ଧିଛନ୍ତି। ଯେଉଁ ଲୁକ୍‌ଟି ଆପଣଙ୍କ ପାଇଁ ବେଷ୍ଟ୍‌ ବୋଲି ଭାବୁଛନ୍ତି, ତାହା ଆପଣାଇ ପାରିବେ। ଏହାସହ ଟ୍ୟାନ୍ ହିଲ୍ସ୍ ଆପଣଙ୍କୁ ନିଆରା ଲୁକ୍‌ ଦେଇପାରିବ।

୬. ଆପଣ ଯଦି ଅଧିକ କୁଲ୍‌ ଲୁକ୍‌ ଚାହୁଁଛନ୍ତି, ତେବେ ଅନୁଷ୍କାଙ୍କ ପରି ଲୁଜ୍ ଟପ୍‌କୁ କଟିଂ ବାଲା ଫ୍ଲାର୍ଡ ଜିନ୍ସ୍‌ ସହ ପିନ୍ଧି ପାରିବେ। ଏହା ସହ ଆପଣ ଟ୍ୟାନ୍ ହିଲ୍ସ୍ ମଧ୍ୟ ପିନ୍ଧିପାରିବେ। ଏହା ଆପଣଙ୍କୁ ଆହୁରି ଷ୍ଟାଇଲିସ୍‌ ଲୁକ୍‌ ଦେବ।



from Odisha Reporter https://ift.tt/2RZyJNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages