ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ!

rape

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ନାବାଳିକା ଜଣଙ୍କ ଗତ ଶନିବାର ସକାଳୁ ସ୍କୁଲ୍‌ରୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ମିଳି ନ ଥିଲେ। ଏନେଇ ତାଙ୍କ ଭାଇଙ୍କୁ ବିଦ୍ୟାଳୟର ଜଣେ କର୍ମଚାରୀ ଫୋନ୍‌ କରି ଜଣାଇଥିଲେ। ତେବେ ସେହିଦିନ ରାତି ପ୍ରାୟ ୧୧ଟା ବେଳେ ସ୍କୁଲ୍‌ ପରିସରରେ ତାଙ୍କୁ ଠାବ କରାଯାଇଥିଲା। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଖବର ଦେଇଥିଲେ ଓ ତାଙ୍କୁ ଘରକୁ ନେଇ ଯିବା ପାଇଁ କହିଥିଲେ।

ଯାହା ସୂଚନା ମିଳିଛି, ଗାଁରେ ଜଣେ ଯୁବକ ତାଙ୍କୁ ନେଇ ଯାଇଥିଲେ ଓ ରାତିରେ ଆଣି ସ୍କୁଲ୍ ପରିସରରେ ଛାଡ଼ି ଦେଇଥିଲେ।

ନାବାଳିକା ଜଣଙ୍କ ନିଜ ଘରେ ପହଞ୍ଚିବା ପରେ ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକ ବାଲିଆପାଳ ଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରୀକ୍ଷା କରିବା ପରେ ଡାକ୍ତର କହିଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

ଏହି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ତାଙ୍କ ମା’ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2Dt9eQS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages