
ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ପୁଣିଥରେ ପରଦାକୁ ଆସୁଛି ଦ’ କପିଲ ଶର୍ମା ସୋ। ଏଥର ଏହି ସୋର ୨ଟି ମଜବୁତ ସ୍ତମ୍ଭ ମଧ୍ୟ ଏକା ସହିତ ନଜର ଆସିବେ। ସୂଚନା ଅନୁସାରେ, କପିଲ ଶର୍ମା ଓ ସୁନିଲ ଗ୍ରୋବରଙ୍କ ମଧ୍ୟରେ ପୁଣିଥରେ ବନ୍ଧୁତା ହୋଇଯାଇଛି ଏବଂ ସୋରେ ପୁଣିଥରେ ଦୁହେଁ ଏକାଠି ନଜର ଆସିବେ। ଡିସେମ୍ବର ୧୬ରୁ ସୋର ସୁଟିଂ ଆରମ୍ଭ ହେବାକୁ ଯାଉଛି। ବଲିଉଡର ଦବଙ୍ଗ ସଲମାନ ଖାନ ଦୁହିଁଙ୍କ ମଧ୍ୟରେ ବନ୍ଧୁତା କରାଇ ଦେଇଛନ୍ତି ବୋଲି ଖବର ମିଳିଛି।
ସଲମାନ କପିଲ ଓ ସୁନିଲଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଦୁହେଁ ଏକାସାଙ୍ଗରେ କାମ କରିବାକୁ ରାଜି ହୋଇଗଲେ। ସଲମାନଙ୍କ ପ୍ରଡକ୍ସନ ହାଉସ କପିଲଙ୍କ ସୋକୁ ପ୍ରୋଡ୍ୟୁସ୍ କରିବାକୁ ଯାଉଛି। ଅନ୍ୟପଟେ, ସଲମାନଙ୍କ ଅପକମିଂ ଫିଲ୍ମ ‘ଭାରତରେ’ ମଧ୍ୟ ସୁନିଲ କାମ କରୁଛନ୍ତି। ଏ ଭିତରେ ସଲମାନ୍ ଉଭୟଙ୍କ ମଧ୍ୟରେ ପ୍ୟାଚ୍ ଅପ୍ କରାଇଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଫ୍ଲାଇଟରେ ଝଗଡା ହେବା ପରେ କପିଲଙ୍କ ସୋରୁ ବାହାରି ଯାଇଥିଲେ ସୁନିଲ। ପରେ କପିଲ ମଧ୍ୟ ସୋକୁ ବେଶି ଦିନ ଆଗକୁ ବଢ଼ାଇପାରି ନ ଥିଲେ। ତେବେ ଦୁହିଁଙ୍କ ପ୍ୟାଚ୍ଅପ୍ ପରେ ଏବେ ପୁଣିଥରେ ଏହି କମେଡି ଷ୍ଟାରଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ।
from Odisha Reporter https://ift.tt/2B9ObkE
No comments:
Post a Comment