ଆସନ୍ତୁ ଜାଣିବା ଅଁଳା ନବମୀ, ରାଧାପାଦ ଦର୍ଶନ ପଛର କ’ଣ ରହିଛି କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଆସନ୍ତୁ ଜାଣିବା ଅଁଳା ନବମୀ, ରାଧାପାଦ ଦର୍ଶନ ପଛର କ’ଣ ରହିଛି କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୭ ତାରିଖ ହେଉଛି ଅଁଳା ନବମୀ। ଯାହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଅଁଳା ନବମୀ କାର୍ତ୍ତୀକ ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପାଳନ କରାଯାଏ। ଏହି ବ୍ରତ ପାଳନ କଲେ ଅକ୍ଷୟ ଫଳ ପ୍ରାପ୍ତି ହୁଏ। ଶାସ୍ତ୍ର ଅନୁଯାୟୀ ଏହି ଦିନ ଆମେ ଯେଉଁ ପୂଣ୍ୟ ଅର୍ଜନ କରିଥାଉ ତାହା କେବେ କ୍ଷୟ ହୁଏ ନାହିଁ। ଏହି ଦିନ ଦାନ, ପୂଜା, ଭକ୍ତି, ସେବା ଇତ୍ୟାଦି କରାଯାଏ । ଏହାର ପୂଣ୍ୟ ଜନ୍ମ ଜନ୍ମାନ୍ତର ଯାଏଁ ପ୍ରାପ୍ତ ହୋଇଥାଏ।  ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ ଓ ଏହାପରେ ଗଛ ତଳେ ଭୋଜନ ପ୍ରସ୍ତୁତ କରି ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରନ୍ତି। ମହିଳାମାନେ ଏହି ବ୍ରତ ସନ୍ତାନ ସୁଖ ପ୍ରାପ୍ତି କରିବା ଲାଗି ଓ ତାଙ୍କର ମଙ୍ଗଳ କାମନା କରି ରଖିଥାନ୍ତି। ଆସନ୍ତୁ ଜଣିବା କ’ଣ ରହିଛି ଏହା ପଛର କାହାଣୀ।

ପୁରାଣ କଥା ଅନୁଯାୟୀ ଥରେ ମାଆ ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିବାକୁ ଆସିଥିଲେ। ରାସ୍ତାରେ ତାଙ୍କୁ ବିଷ୍ଣୁ ଓ ଶିବଙ୍କୁ ଏକାଠି ପୂଜା କରିବାକ ଇଚ୍ଛା ଉଦ୍ରେକ ହେଲା। ହେଲେ ଲକ୍ଷ୍ମୀ ମାଆ ଚିନ୍ତାରେ ପଡ଼ିଗଲେ ଯେ, ସେ ଏକାଠି କିପରି ଭଗବାନ ବିଷ୍ଣୁ ଓ ଶିବଙ୍କୁ ପୂଜା କରିବେ।

ସେତେବେଳେ ତାଙ୍କୁ ମନେପଡ଼ିଲା ଯେ ତୁଳସୀ ଓ ବେଲର ସମସ୍ତ ଗୁଣ ଏକାଠି ଅଁଳା ଗଛରେ ଥାଏ। ତୁଳସୀ ଭଗବାନ ବିଷ୍ଣୁଙ୍କର ପ୍ରିୟ ଓ ବିଲ୍ୱ ପତ୍ର ଶିବଙ୍କ । ଅଁଳା ଗଛରେ ଦୁଇଟିଯାକର ଗୁଣ ଏକାଠି ଥିବାରୁ ଏହାକୁ ବିଷ୍ଣୁ ଓ ଭଗବାନ ଶିବଙ୍କର ପ୍ରତୀକ ବୋଲି କୁହାଯାଏ। ଏହାପରେ ମାଆ ଲକ୍ଷ୍ମୀ ଅଁଳାଗଛ ପୂଜା କରିଥିଲେ। ବାସ୍‌ ସେବେଠୁ ହିଁ ଚାଲିଆସୁଛି ଏହି ପରମ୍ପରା। ସେହି ଦିନଠୁ ଏହିଦିନକୁ ଅଁଳା ନବମୀ ଭାବେ ପାଳନ କରାଯାଏ।

ଏହିଦିନ ମହିଳାମାନେ ସକାଳୁ ଉଠି ସ୍ନାନ କରି ଅଁଳା ଗଛ ନିକଟରେ ସଫାସୁତୁରା କରି ପୂର୍ବ ଦିଗରେ ଛିଡ଼ା ହୋଇ ଜଳ ଓ କ୍ଷୀର ଅର୍ପଣ କରିଥାନ୍ତି। ଏହାପରେ ପୂଜା କରନ୍ତି ଓ ପୂଜା ସରିବା ପରେ ଗଛର ପରିକ୍ରମା କରି ସୂତା ବାନ୍ଧନ୍ତି। ଶେଷରେ ଆରତୀ କରି ପରିବାରର ସୁଖ ସମୃଦ୍ଧି ପ୍ରାର୍ଥନା କରନ୍ତି।

ଏହି ଦିନ ଆମ ଓଡ଼ିଆ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିରେ ଏହି ଦିନ ରାଧା ପାଦ ଦର୍ଶନର ଏକ ପରମ୍ପରା ରହିଛି। ଏହି ଦିନ ପ୍ରାୟ ସମସ୍ତ ଓଡ଼ିଆ, ମାଆ ରାଧାରାଣୀଙ୍କର ପାଦ ଦର୍ଶନ କରିଥାନ୍ତି। ପ୍ରକୃତରେ ଏହା ହେଉଛି ଜଗନ୍ନାଥ ଧାମ ପୁରୀରେ ଥିବା ସାକ୍ଷୀଗୋପାଳ ମନ୍ଦିରର ଏକ ପର୍ବ। ଏଠି ବର୍ଷତମାମ୍‌ ରାଧାରାଣୀଙ୍କୁ ଉତ୍ତରଭାରତୀୟ ଶୈଳୀରେ ବସ୍ତ୍ର ପିନ୍ଧାଇ ସଜାଯାଇଥାଏ। ଯେଉଁଥିରେ କି ତାଙ୍କର ପାଦ ସବୁବେଳ ଲୁଚି ରହିଥାଏ। ହେଲେ ଏହି ଦିନ ମନ୍ଦିରରେ ସାକ୍ଷୀ ଗୋପୀନାଥଙ୍କୁ  ନଟବର ଓ ରାଧାରାଣୀଙ୍କୁ ଓଡ଼ିଆଣି ବେଶରେ ସଜାଯାଏ। ଯେଉଁଥିରେ କି ମାଆଙ୍କର ପାଦର ଦର୍ଶନ ମିଳିଥାଏ। ବର୍ଷକରେ ମାତ୍ର ଥରୁଟିଏ ଏହି ପାଦ ଦର୍ଶନ ମିଳିଥାଏ। ଏଣୁ ଏହି ଦିନ ସମସ୍ତେ ରାଧାରାଣୀଙ୍କର ପାଦ ଦର୍ଶନ କରି ମାଆଙ୍କର ଆଶୀର୍ବାଦ ପ୍ରାପ୍ତି କରିଥାନ୍ତି।

 



from Odisha Reporter https://ift.tt/2PYXiwF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages