ମାଡ଼ି ଆସୁଛି ‘ଗଜ’, ସବୁ ସ୍କୁଲ କଲେଜ ଛୁଟି, କାଲି କରିବ ଲ୍ୟାଣ୍ଡଫଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ମାଡ଼ି ଆସୁଛି ‘ଗଜ’, ସବୁ ସ୍କୁଲ କଲେଜ ଛୁଟି, କାଲି କରିବ ଲ୍ୟାଣ୍ଡଫଲ୍‌

ଚେନ୍ନାଇ: ଧୀରେଧୀରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗଜ’। ଆସନ୍ତାକାଲି ସନ୍ଧ୍ୟାରେ ଏହା ତାମିଲନାଡୁ ଉପକୂଳ ଦେଇ ଅତିକ୍ରମ କରିବାର ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ୍‌କୁ ଆସନ୍ତାକାଲି ବନ୍ଦ ରଖାଯାଇଛି। ସେହିପରି ଆଜିଠାରୁ ତାମିଲନାଡୁରେ ଅବିଶ୍ରାନ୍ତ ବର୍ଷା ଆରମ୍ଭ ହୋଇଯାଇଛି। ରାତି ଯେତିକି ପାଖେଇ ଆସୁଛି ବର୍ଷାର ପ୍ରକୋପ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ପରିସ୍ଥିତିର ମୁକାବିଲା ପାଇଁ ୧୧ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି।

ତାଜା ସୂଚନା ଅନୁଯାୟୀ, ଦକ୍ଷିଣପଶ୍ଚିମ-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ବାତ୍ୟା ‘ଗଜ, ଏବେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି। ବର୍ତ୍ତମାନ ଏହା ଚେନ୍ନାଇଠାରୁ ୪୯୦ କିମି ଓ ନାଗପାଟନମ୍(ତାମିଲନାଡୁ)ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେବ। ଏହାପରେ ଏହା ଧୀରେଧୀରେ ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ତାମିଲନାଡୁର ପାମବନ ଓ କୁଡ୍ଡଲୁରୁ ମଧ୍ୟରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ।

ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୯୦ କିମି ରହିବ। ତେବେ ‘ଗଜ’ ଅତିକ୍ରମ କରିବା ବେଳେ ଉଭୟ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁଡୁଚେରୀରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।



from Odisha Reporter https://ift.tt/2z8nEma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages