ଶସ୍ତା ହେଲା ‘ସାଓମି’ର ୫ଟି ସ୍ମାର୍ଟଫୋନ୍, ଜାଣନ୍ତୁ କେଉଁ ଫୋନ୍‌ର ଦାମ୍‌ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଶସ୍ତା ହେଲା ‘ସାଓମି’ର ୫ଟି ସ୍ମାର୍ଟଫୋନ୍, ଜାଣନ୍ତୁ କେଉଁ ଫୋନ୍‌ର ଦାମ୍‌ କେତେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଭାରତୀୟ ସ୍ମାର୍ଟଫୋନ୍‌ ବଜାରରେ ରାଜ୍‌ କରୁଛି ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ‘ସାଓମି’। ଏହି  କମ୍ପାନୀ ଲଗାତର ଭାବେ ପଞ୍ଚମ ଥର ପାଇଁ ଭାରତୀୟ ବଜାରରେ ସ୍ମାର୍ଟଫୋନ୍‌ ବିକ୍ରିରେ ଏକ ନମ୍ବର ସ୍ଥାନରେ ରହିଛି। ଆଉ ଏହି ଅବସରକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ‘ସାଓମି’ ନିଜ ୫ଟି ସ୍ମାର୍ଟଫୋନ୍‌ ଉପରେ ବିଶେଷ ରିହାତି ଘୋଷଣା କରିଛି। ଏହିସବୁ ସ୍ମାର୍ଟଫୋନ୍‌ ଏବେ ରିହାତି ମୂଲ୍ୟରେ ବିଭିନ୍ନ ଇ-କମର୍ସ ୱେବସାଇଟ୍‌ରେ ଉପଲବ୍ଧ।

ଆସନ୍ତୁ ଜାଣିବା, ଏହି ୫ଟି ସ୍ମାର୍ଟଫୋନ୍‌ କ’ଣ ଏବଂ କାହାର କେତେ ଦାମ୍‌ ରହିଛି?

Redmi Note 5 Proର 4GB ରାମ୍‌ ଓ 64GB ଇଣ୍ଟରନାଲ ମେମୋରୀ ମଡେଲ୍‌ର ମୂଲ୍ୟ ହ୍ରାସ ପାଇ ଏବେ ୧୩,୯୯୯ ଟଙ୍କା ରହିଛି। ଏହାର 6GB ଓ 64GB ଇଣ୍ଟରନାଲ୍‌ ମେମୋରୀ ମଡେଲ୍‌ର ମୂଲ୍ୟ ୧୫,୯୯୯ ହୋଇଯାଇଛି। ପୂର୍ବରୁ ଏହି ଫୋନ୍‌ ଦୁଇଟିର ମୂଲ୍ୟ ଯଥାକ୍ରମେ, ୧୪,୯୯୯ ଟଙ୍କା ଓ ୧୬,୯୯୯ ଟଙ୍କା ଥିଲା।

Mi A2ର 4GB ରାମ୍‌ ଓ 64GB ଇଣ୍ଟରନାଲ ମେମୋରୀ ମଡେଲ୍‌ର ମୂଲ୍ୟ ୧୬,୯୯୯ ଟଙ୍କାରୁ କମି ଏବେ ୧୫,୯୯୯ ଟଙ୍କା ହୋଇଯାଇଛି। ସେହିଭଳି ଏବେ 6GB ଓ 64GB ଇଣ୍ଟରନାଲ୍‌ ମେମୋରି ଥିବା Mi A2ର ସ୍ମାର୍ଟଫୋନ୍‌ର ମୂଲ୍ୟ ୧୯,୯୯୯ରୁ କମି ୧୫,୯୯୯ ଟଙ୍କା ହୋଇଛି। ଏଥିସହ Redmi Y2 4GB ରାମ୍‌ ଓ 64GB ଇଣ୍ଟରନାଲ୍‌ ମେମୋରୀ ଥିବା ସ୍ମାର୍ଟଫୋନ୍‌ର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି।

ଏଥିସହ ଏହି କମ୍ପାନୀ ସମ୍ପର୍କରେ ଆଉ ଏକ ଖବର ଆସିଛି ଯେ ଆସନ୍ତା ନଭେମ୍ବର ୨୨ରେ ଭାରତରେ ‘ସାଓମି’ ୪ଟି କ୍ୟାମେରା ଥିବା ତା’ର ଆଉ ଏକ ନୂଆ ସ୍ମାର୍ଟଫୋନ୍ Redmi Note 6 Pro ଲଞ୍ଚ୍ କରିବ। ଏହାକୁ ପୂର୍ବରୁ ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡରେ ଲଞ୍ଚ୍ କରାଯାଇଛି ଏବଂ ଭାରତୀୟ ଗ୍ରାହକମାନେ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସ୍ମାର୍ଟଫୋନ୍‌ର ବିଶେଷତ୍ୱ ହେଉଛି, ଏଥିରେ ୨ଟି ରିୟର୍‌ ଓ ୨ଟି ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। ଆଉ ଏକ ବିଶେଷତ୍ୱ ହେଉଛି, ଏଥିରେ ଡିସ୍‌ପ୍ଲେ ନଚ୍ ବ୍ୟବସ୍ଥା ରହିଛି। ଭାରତୀୟ ବଜାରରେ ଏହାର ବିକ୍ରି ନଭେମ୍ବର ୨୩ରୁ ଆରମ୍ଭ ହେବ।



from Odisha Reporter https://ift.tt/2zZQh4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages