
ମୁମ୍ବାଇ: ଏବେ ସମସ୍ତେ ଜାଣିଛନ୍ତି ରଣବୀର କପୁର୍ ଓ ଆଲିଆ ଭଟ୍ଟ ରିଲେସନ୍ସିପ୍ରେ ଅଛନ୍ତି। ପୂର୍ବରୁ ଦୁହିଁଙ୍କର ଏକାଠି ଗୋଟିଏ ବି ଫିଲ୍ମ ଆସିନି କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଗଜବ କେମିଷ୍ଟ୍ରି ଦେଖିବାକୁ ମିଳେ। ରିଅଲ୍ ଲାଇଫ୍ରେ ଏହି କପଲ୍ ଯତେବେଳେ ବି ଦେଖା ଦିଅନ୍ତି, ସେତେବେଳେ ଅଜବ ଅନ୍ଦାଜରେ ଉଭୟଙ୍କୁ ଠାବ କରାଯାଏ।
ନିକଟରେ ସୋଶାଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି। ଯେଉଁଠି ଆଲିଆ, ରଣବୀରଙ୍କ ଉପରେ ରାଗୁଥିବା ନଜର ଆସୁଛନ୍ତି। ଆପଣ ଭାବୁଥିବେ ବୋଧହୁଏ ଦୁହିଁଙ୍କ ମଧ୍ୟରେ କିଛି ମତାନ୍ତର ହୋଇଛି।
ଏମିତି ଭାବୁଛନ୍ତି ନା। କିନ୍ତୁ ସେମିତି ଆଦୌ ନୁହେଁ।
ଏହି ଫଟୋଟି ଆଲିଆଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସେଟ୍ରୁ ଲିକ୍ ହୋଇଛି। ଫଟୋରେ ଆଲିଆ ବହୁତ ଅପ୍ସେଟ୍ ନଜର ଆସିଛନ୍ତି। ଆଉ ରଣବୀର କପୁର ନିଜ ଫୋନ୍କୁ ଦେଖୁଛନ୍ତି। ଏଥିରେ ଆଲିଆ ରଣବୀରଙ୍କ ଉପରେ ରାଗି ନାହାନ୍ତି। ବାସ୍ ଖାଲି ଶୁଟିଂ ଦୀର୍ଘ ସମୟ ଧରି ଚାଲିବା ପରେ ଆଲିଆ ଥକି ଏମିତି ବସି ପଡ଼ିଛନ୍ତି।
ରଣବୀର ବି ଥକି ଯାଇ ନିଜ ମାଇଣ୍ଡ୍ ଫ୍ରେସ୍ କରିବାକୁ ମୋବାଇଲ୍ ଦେଖୁଥିଲେ।
ଦୁହିଁଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆସନ୍ତା ଡିସେମ୍ବରରେ ରିଲିଜ୍ ହେବ।
from Odisha Reporter https://ift.tt/2QPGYvk
No comments:
Post a Comment