
ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ସୁକିନ୍ଦାସ୍ଥିତ IMFA କ୍ରୋମାଇଟ୍ ଖଣିରେ ଶ୍ରମିକ ଆନ୍ଦୋଳନ ପଛରେ ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ଦୁଇ ଦଫା ଦାବିରେ ଗତକାଲିଠାରୁ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ୱରେ ଏହି ଆନ୍ଦୋଳନ ହେଉଛି। ଏମିତିକି ଆନ୍ଦୋଳନକାରୀ ପ୍ରୀତି ଘଡ଼େଇଙ୍କ ନାଁରେ ଜିନ୍ଦାବାଦ ଦେଉଥିବା ଶୁଣିବାକୁ ମିଳିଛି।
କମ୍ପାନୀ ଦାବି ନମାନିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସହ ସମ୍ପାଦକ ଭରତ ଚନ୍ଦ୍ର ମହନ୍ତ କହିଛନ୍ତି। ସଂଘର ସଭାପତି ତଥା ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ଗତ ୩୧ ତାରିଖରେ ଭୂତଳ ଖଣିରେ କାମ କରୁଥିବା ବେଳେ ମାଟି ଅତଡ଼ା ଧସି ୨ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଏହାପରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଭୂତଳ ଖଣିରେ ବାୟୁ ସଞ୍ଚାଳନ ଓ ପାନୀୟ ଜଳ ବ୍ୟବସ୍ଥା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ଏଥିସହିତ ଆହତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରିଛନ୍ତି ଶ୍ରମିକ। ଆନ୍ଦୋଳନ ଯୋଗୁ ଇମ୍ଫା କ୍ରୋମାଇଟ୍ ଖଣିରେ ଖଣି ଉତ୍ତୋଳନ ଓ ପରିବହନ ବ୍ୟାହତ ହୋଇଛି।
from Odisha Reporter https://ift.tt/2On0M7e
No comments:
Post a Comment