ବକ୍ସ ଅଫିସ୍‌ରେ କମାଲ୍ କରୁଛି ‘2.O’: ଦୁଇଦିନରେ ୮୦ କୋଟି ଆୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ବକ୍ସ ଅଫିସ୍‌ରେ କମାଲ୍ କରୁଛି ‘2.O’: ଦୁଇଦିନରେ ୮୦ କୋଟି ଆୟ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଗତକାଲି ରିଲିଜ୍‌ ହୋଇଥିବା ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘2.O’ ପ୍ରଥମ ଦିନରେ ୨୫ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୮୦ କୋଟି ଟଙ୍କାରେ ପହଞ୍ଚିଛି। ରିଲିଜର ୩ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି ଟଙ୍କା ଆୟ କରିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି।

ରଜନୀକାନ୍ତ ଏବଂ  ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ସିନେମା ହେଉଛି 2.O। ପାଖାପାଖି ୫୪୩ କୋଟି ଟଙ୍କା ବଜେଟ୍ରେ ନିର୍ମିତ ହୋଇଛି ଏହି ସିନେମା। ଦର୍ଶକ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

୨୦୧୦ରେ ରିଲିଜ୍ ହୋଇଥିବା ‘ରୋବର୍ଟ’ ସିନେମାର ଏହା ହେଉଛି ସିକ୍ୱେଲ୍‌। ସିନେମାରେ ଅକ୍ଷୟ କୁମାରଙ୍କ ମେକଅପ୍ ଅତି ଭୟଙ୍କର ହୋଇଛି। ସାଇନ୍ସ ଫିକ୍ସନ କାହାଣୀକୁ ନେଇ ତିଆରି ହୋଇଛି ଏହି ସିନେମା। ମୋବାଇଲ ଫୋନ୍ ଏବଂ ଏହାର ରେଡିଏସନ୍‌କୁ ନେଇ ଥିବା ଭୟବହତାକୁ କାହାଣୀ ମାଧ୍ୟମରେ ଦର୍ଶାଇଛନ୍ତି ନିର୍ଦ୍ଦେଶକ ଏସ୍.ଶଙ୍କର।

ଏହି ଫିଲ୍ମଟିକୁ ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ୬ ହଜାର ୬୦୦ ସ୍କ୍ରିନ୍‌ରେ ରିଲିଜ୍ କରାଯାଇଥିବାବେଳେ ହିନ୍ଦୀରେ ୩୫୦୦ ସ୍କ୍ରିନ୍, ତାମିଲରେ ୨୫୦୦ ସ୍କ୍ରିନ୍ ଏବଂ ତେଲୁଗୁରେ ୬୦୦ରେ ସ୍କ୍ରିନ୍‌ରେ ରିଲିଜ୍ କରାଯାଇଛିା ତେବେ ସିନେ ସମୀକ୍ଷକଙ୍କ ଗଣନା ମୁତାବକ ଆଡଭାନ୍ସ ବୁକିଂ ମାଧ୍ୟମରେ ସିନେମା ୨.୦ ଏବେସୁଦ୍ଧା ୧୫୦ କୋଟି ଟଙ୍କା ରୋଜଗାର କରିସାରିଛି।



from Odisha Reporter https://ift.tt/2DWKTTQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages