‘ଡାଡି’ ବଡ଼ ବଡ଼ ଝିଅଙ୍କୁ କୁଣ୍ଢେଇ ଧରନ୍ତି, ସେମାନଙ୍କ ଗାଲରେ କିସ୍‌ ଦିଅନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

‘ଡାଡି’ ବଡ଼ ବଡ଼ ଝିଅଙ୍କୁ କୁଣ୍ଢେଇ ଧରନ୍ତି, ସେମାନଙ୍କ ଗାଲରେ କିସ୍‌ ଦିଅନ୍ତି

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ‘ଡ୍ରିମ୍ ସେଣ୍ଟର’ର ଇନ୍‌ଚାର୍ଜ ସୀମାଞ୍ଚଳ ନାୟକ ଅନ୍ତେବାସୀ ଝିଅମାନଙ୍କୁ ଦୁର୍ବ୍ୟବହାର କରିନାହାନ୍ତି। ବରଂ ସଂସ୍ଥାର ଏମ୍‌ଡି ଫୟାଜ୍‌ ରେହମାନ ଓରଫ ‘ଡାଡି’ ବଡ଼ ବଡ଼ ଝିଅଙ୍କୁ କୁଣ୍ଢେଇ ଧରି ସେମାନଙ୍କ ଗାଲରେ କିସ୍‌ ଦିଅନ୍ତି। ଢେଙ୍କାନାଳ ବେଲଟିକିରି ଶେଲ୍‌ଟର୍‌ ହୋମ୍‌ର ରୋଷେୟା ପୀତବାସ ଦିଗାଲ୍‌ ଆଜି ଏପରି ସାଂଘାତିକ ଅଭଯୋଗ ଆଣିଛନ୍ତି। ସେହିପରି ସୀମାଞ୍ଚଳଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଷଡ଼ଯନ୍ତ୍ର କରି ତାଙ୍କୁ  ଫସାଇ ଦିଆଯାଇଥିବା ସୀମାଞ୍ଚଳଙ୍କ ସ୍ତ୍ରୀ କହିଛନ୍ତି।

ରୋଷେୟା ପୀତବାସ କହିଛନ୍ତି-“‘ଡ୍ରିମ୍ ସେଣ୍ଟର’ର ଏମ୍‌ଡି ଫୟାଜ ରେହମାନ ପ୍ରତି ମାସ ବା ଦୁଇ ମାସରେ ଥରେ ଆସନ୍ତି। ସେ ଏଠାରେ ରହୁଥିବା ଝିଅଙ୍କୁ କୁଣ୍ଢେଇ ଧରନ୍ତି। ବଡ଼ ବଡ଼ ଝିଅଙ୍କୁ କୁଣ୍ଢେଇ ସେମାନଙ୍କ ଗାଲରେ କିସ୍‌ ଦିଅନ୍ତି। ସେ ପିଲାମାନଙ୍କ କଥା କିଛି ଶୁଣନ୍ତି ନାହିଁ। ଝିଅମାନଙ୍କ କଥାରେ ପଡ଼ି ପୁଅମାନଙ୍କୁ ଶାସନ କରନ୍ତି। ଏହାଛଡ଼ା ଏଠାକୁ ବିଦେଶୀମାନେ ଆସନ୍ତି। ସେମାନେ ଝିଅମାନଙ୍କୁ ଗେହ୍ଲା କରି ଚାଲି ଯାଆନ୍ତି। ଏଠାରେ ରୁହନ୍ତି ନାହିଁ।”

ସେ ଆହୁରି କହିଛନ୍ତି-“ଶେଲ୍‌ଟର ହୋମ୍‌ର ଇନ୍‌ଚାର୍ଜ ସୀମାଞ୍ଚଳ ଝିଅମାନଙ୍କୁ ଖରାପ ବ୍ୟବହାର କରନ୍ତି ନାହିଁ। ବରଂ ସେ ପିଲାମାନଙ୍କ ସେବା କରନ୍ତି। ସେ ଭାରି ଭଲ ଲୋକ।”

ସୀମାଞ୍ଚଳଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ସ୍ତ୍ରୀ। ସେ କହିଛନ୍ତି-“ମୋ ସ୍ୱାମୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କ ବିରୋଧରେ ଏକ ବଡ଼ ଷଡଯନ୍ତ୍ର କରାଯାଇଛି। ଝିଅମାନଙ୍କୁ ଶିଖାଇ ତାଙ୍କୁ ଫସାଇ ଦିଆଯାଇଛି। ରେହମାନ ଝିଅମାନଙ୍କ ସହିତ ସିଧାସଳଖ କଥା ହୁଅନ୍ତି। ସେ ଆସିଥିଲେ ଝିଅମାନଙ୍କ ପାଖକୁ ଯାଆନ୍ତି। ଝିଅମାନଙ୍କୁ କୁଣ୍ଢାଇ ଧରି ସେ କିସ୍‌ କରନ୍ତି। ସେହି ସମୟରେ ମୋ ସ୍ୱାମୀ ବା ମୋତେ ସେଠାକୁ ଯିବାକୁ ଦିଆଯାଏ ନାହିଁ। ଏ ସମ୍ପର୍କରେ ଜାଣି ଏମିତି ନକରିବାକୁ ଝିଅମାନଙ୍କୁ କହିଥିଲୁ। ଏକଥା ପ୍ରଘଟ ହେବା ପରେ ମୋ ସ୍ୱାମୀଙ୍କ ବିରୋଧରେ ଏପରି ଷଡ଼ଯନ୍ତ୍ର କରାଯାଇଛି।”



from Odisha Reporter https://ift.tt/2FRWohE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages