ଫିଲ୍ମ ଷ୍ଟାଇଲ୍‌ରେ ଅଙ୍ଗନୱାଡ଼ି ଦିଦିଙ୍କୁ ଟେକିନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ଫିଲ୍ମ ଷ୍ଟାଇଲ୍‌ରେ ଅଙ୍ଗନୱାଡ଼ି ଦିଦିଙ୍କୁ ଟେକିନେଲେ

କଣ୍ଟାବାଞ୍ଜି(ସୁରଦାସ ବାଗ୍‌): ଫିଲ୍ମ ଷ୍ଟାଇଲ୍‌ରେ ଅଙ୍ଗନୱାଡ଼ି ଦିଦିଙ୍କୁ ଦୁଇ ଜଣ ଯୁବକ ବିଚ୍‌ ରାସ୍ତାରୁ ଟେକିନେଲେ। ଏପରି ଗୁରୁତର ଅଭିଯୋଗ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ ଆସିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭଯୁକ୍ତଙ୍କ ପତ୍ତା ପାଇନି। କିଏ ଓ କେଉଁ କାରଣରୁ ସମ୍ପୃକ୍ତ ଦିଦିଙ୍କୁ ଅପହରଣ କରିଛି, ତାହା ଜଣାପଡ଼ି ନାହିଁ।

ପୂରା ଘଟଣା ଏମିତି। ବାନ୍ଧନପାଳି ଅଙ୍ଗନୱାଡ଼ି ଦିଦି ଓ ତାଙ୍କ ସହକର୍ମୀ ଏକ ସ୍କୁଟିରେ ଧାମନଡଙ୍ଗା ଅଙ୍ଗନୱାଡ଼ି ସେଣ୍ଟରକୁ ଯାଉଥିଲେ। ତେବେ ପଛରୁ ଏକ ବୋଲେରୋ ଆସି ସେମାନଙ୍କ ଗାଡ଼ି ଆଗରେ ଛିଡ଼ା ହୋଇଯାଥିଲା। ସେହି ଗାଡ଼ିରୁ ୪ ଜଣ ଯୁବକ ଓହ୍ଲାଇବା ଦେଖି ଏମାନେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ। ତେବେ ସେମାନଙ୍କ ଭିତରୁ ଦୁଇ ଜଣ ଯୁବକ ଅଙ୍ଗନୱାଡ଼ି ଦିଦିଙ୍କୁ ଜବରଦସ୍ତ ଉଠାଇ ନେଇଯାଇଥିଲେ। ଏପରିକି ଗଲା ବେଳେ ଅଙ୍ଗନୱାଡ଼ି ଦିଦିଙ୍କ ସହକର୍ମୀଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇଯାଇଥିଲେ। ଅପହରଣ ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2PdagTb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages