କୁମ୍ଭମେଳା ବେଳେ ପ୍ରୟାଗରାଜରେ ବାହାଘର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

କୁମ୍ଭମେଳା ବେଳେ ପ୍ରୟାଗରାଜରେ ବାହାଘର ବନ୍ଦ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ଆହ୍ଲାବାଦରୁ ନାଁକୁ କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାର ବଦଳାଇ ପ୍ରୟାଗରାଜ କରିଥିବା ବେଳେ ଏବେ ଆଉ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ପ୍ରୟାଗରାଜରେ କୁମ୍ଭ ମେଳା ବେଳେ ସହରରେ କୌଣସି ବାହାଘର ହୋଇପାରିବ ନାହିଁ ବୋଲି ଯୋଗୀ ସରକାର ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୁମ୍ଭ ମେଳା ସମୟରେ ମୁଖ୍ୟ ‘ସ୍ନାନ ଦିବସ’ ବା ବୁଡ଼ ପକାଇବାର ଗୋଟିଏ ଦିନ ଆଗରୁ କିମ୍ବା ଗୋଟିଏ ଦିନ ପରେ ଏଠାରେ କୌଣସି ପ୍ରକାରର ବାହାଘର ହୋଇପାରିବ ନାହିଁ। ଏଥର କୁମ୍ଭ ମେଳା ଜାନୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏ ଚାଲିବ। ତେବେ ପୂର୍ବରୁ ଜିଲ୍ଲାରେ ବାହାଘର ପାଇଁ ବୁକ୍‌ ହୋଇଥିବା ପେଣ୍ଡାଲ୍‌ ଓ ମଣ୍ଡପ୍‌ର ମାଲିକମାନଙ୍କୁ ବାହାଘର ରଦ୍ଦ କରିବାକୁ ନୋଟିସ୍‌ କରାଯାଇଛି।

ଏହି ନୋଟିସ୍‌ ପରେ ମାଲିକମାନେ ବୁକ୍‌ କରିଥିବା ଲୋକଙ୍କୁ ବାହାଘର ତାରିଖ ସ୍ଥଗିତ ରଖିବା କିମ୍ବା ପ୍ରୟାଗରାଜ ବାହାରେ ବାହାଘର କରିବାକୁ ପରାମର୍ଶ ଦେଇଛନ୍ତି। ଏଥର ପାଖାପାଖି ୩୦୦ ବାହାଘର ସହରର ୧୦୦ଟି ହଲ୍‌ରେ ହେବାର ଥିଲା। କିନ୍ତୁ ଏଭଳି ନିୟମ ପରେ ବାହାଘର କରିବାକୁ ଥିବା ପରିବାର ଲୋକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ ଏଡିଏମ ଅଶୋକ କୁମାର କନୁଜିଆ କହିଛନ୍ତି, ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୦୬ଟି ଗେଷ୍ଟ ହାଉସ୍‌, ବାହାଘର ପେଣ୍ଡାଲ ଓ ଭୋଜି ହେବାକୁ ଥିବା ହୋଟେଲ୍‌ଗୁଡ଼ିକୁ ନୋଟିସ୍‌ କରାଯାଇଛି।

ସେମାନଙ୍କୁ ବାହାଘର ପାଇଁ ବୁକିଂ ନ କରିବାକୁ କୁହାଯାଇଛି। କାରଣ ପ୍ରମୁଖ ସ୍ନାନ ଦିବସ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସହରକୁ ଆସିବେ। ଏହି ସମୟରେ ଯଦି ବାହାଘର ହେବ, ତା’ହେଲେ ହୋଟେଲ ଏବଂ ପେଣ୍ଡାଲ ମାଲିକମାନେ ପାର୍କିଂ ପାଇଁ ଅଯଥା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ତେଣୁ ସ୍ନାନ ଦିବସର ଗୋଟିଏ ଦିନ ପୂର୍ବରୁ ଏବଂ ଗୋଟିଏ ଦିନ ପରେ ଏଠାରେ କୌଣସି ବାହାଘର କାର୍ଯ୍ୟକ୍ରମ ନ ରଖିବାକୁ କୁହାଯାଇଥିବା ସେ କହିଛନ୍ତି।



from Odisha Reporter https://ift.tt/2zxw5I8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages