
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ବର୍ତ୍ତମାନ ଚେନ୍ନାଇ ଠାରୁ ଏହା ୯୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଏହା ସହ ୧୬ ତାରିଖରୁ ସାରା ରାଜ୍ୟରେ କୋହଲା ପାଗ ସହ ବର୍ଷା ଲାଗି ରହିବ। ୧୭ ତାରିଖରୁ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ।
from Odisha Reporter https://ift.tt/2LgXylT
No comments:
Post a Comment