ଆସୁଛି ବାତ୍ୟା ‘ପେଥାଇ’, ଦେଖନ୍ତୁ କେମିତି ରହିବ ଗତିପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଆସୁଛି ବାତ୍ୟା ‘ପେଥାଇ’, ଦେଖନ୍ତୁ କେମିତି ରହିବ ଗତିପଥ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ଆସନ୍ତା ସୋମବାର ମଧ୍ୟାହ୍ଣରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳ ଭାଗ ଛୁଇଁବାର ଆଶଙ୍କା ରହିଛି। ‘ତିତଲି’ ଓ ‘ଗଜ’ ବାତ୍ୟା ପରେ ଚଳିତ ସିଜିନ୍‌ରେ ଏହା ତୃତୀୟ ଘୂର୍ଣ୍ଣିବାତ୍ୟା। ‘ତିତଲି’ ଓଡ଼ିଶାରେ ତାଣ୍ଡବ ରଚିଥିବା ବେଳେ ‘ଗଜ’ ତାମିଲନାଡ଼ୁକୁ ଛାରଖାର କରି ଦେଇଥିଲା।

ବର୍ତ୍ତମାନ ଝଡ଼୍‌ବାତ୍ୟାଟି ଗଭୀର ଅବପାତ ରୂପରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଗଭୀର ଅବପାତ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ। ଏହାପରେ ଏହାର ନାଁ “ ପେଥାଇ” ରହିବ। ଏହି ନାଁଟି ଥାଇଲ୍ୟାଣ୍ଡ ପକ୍ଷରୁ ଦିଆଯାଇଛି।

ପେହେଥାଇର ପ୍ରଭବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କମ୍‌ ଥିଲେ ହେଁ ଦକ୍ଷିଣ ଓଡ଼ିଶାରେ ବର୍ଷା ଏବଂ ପବନ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ସେହିଭଳି ୧୬ ଓ ୧୭ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ପେଥାଇ ପ୍ରଭାବରେ ଆସନ୍ତା ୧୬ ଓ ୧୭ ତାରିଖରେ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୭ ତାରିଖ ମଧ୍ୟାହ୍ଣ ବେଳକୁ ପେଥାଇ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୫ରୁ ୧୦୫ କିମି ବେଗରେ ପବନ ବହିବ।

ତାମିଲନାଡ଼ୁର ଚେନ୍ନାଇ ସମେତ ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। କିନ୍ତୁ ପେଥାଇର ସିଧାସଳଖ ପ୍ରଭାବ ତାମିଲନାଡୁ ଉପରେ ପଡ଼ିବ ନାହିଁ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗଭୀର ଅବପାତ ଆସନ୍ତାକାଲି ଘୂର୍ଣ୍ଣିଝଡ଼୍‌ରେ ପରିଣତ ହେବ। ସେହିଭଳି ରବିବାର ସକାଳେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହା ୧୭ ତାରିଖ ମଧ୍ୟାହ୍ଣରେ ସ୍ଥଳଭାଗ ଛୁଇଁବା ପରେ ସନ୍ଧ୍ୟା ବେଳକୁ ପୁଣି ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଯିବ। ପେଥାଇ ଆନ୍ଧ୍ରର ଓଙ୍ଗୋଲ ଓ କାକିନାଡ଼ା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ଡିସେମ୍ବର ୧୫ ତାରିଖ ସନ୍ଧ୍ୟାରୁ ହିଁ ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪ ଦିନ ଯାଏ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସେହିପରି ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଦେଖନ୍ତୁ ପେଥାଇର ସାମ୍ଭାବ୍ୟ ଗତିପଥ



from Odisha Reporter https://ift.tt/2UIpOCr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages