ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବି ତେଜୁଛି, ଜୀବନଯାତ୍ରା ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବି ତେଜୁଛି, ଜୀବନଯାତ୍ରା ଠପ୍‌

ଜୟପୁର (ଟି.ଗୌରୀଶଙ୍କର): ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିବାରେ ଲାଗିଛି। ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଆଜି ଉଭୟ ବିରୋଧୀ ଓ ଶାସକ ଦଳ ସହ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଫଳରେ କୋରାପୁଟ ସହ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି।

କୋରାପୁଟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଯୋଗୁ ଜୟପୁର, ରାୟଗଡ଼ା, ଗୁଣପୁର, ନବରଙ୍ଗପୁରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ୪ ଜିଲ୍ଲାରେ ସ୍କୁଲ କଲେଜଠାରୁ ଆରମ୍ଭ କରି ଗାଡ଼ି ମୋଟର, ଦୋକାନ, ବଜାର ସବୁ ବନ୍ଦ ରହିଛି। ଜୟପୁରରେ ବନ୍ଦକୁ ସମର୍ଥନ ଜଣାଇ ଉଭୟ ବିରୋଧୀ ଓ ଶାସକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି। କୋରାପୁଟରେ ମଧ୍ୟ ସେମିଳିଗୁଡା ଓକିଲସଂଘ ପକ୍ଷରୁ ରାସ୍ତାରୋକ କରାଯିବା ସହ ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନ ଯୋଗୁ ଗୁଣପୁରରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ତରଫରୁ ଡ଼କାଯାଇଥିବା ବନ୍ଦ ଡାକରାର ପ୍ରଭାବ ଉମରକୋଟ, ଝରିଗାଁ ଓ ରାଇଘର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ସହରରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି।

ବନ୍ଦ ପାଳନ ଯୋଗୁ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ସାଧାରଣ ଜୀବନଯାତ୍ରା ପୁରାପୁରା ବ୍ୟାହତ ହୋଇଛି। ଗୁଣପୁରରେ ଅନକାଡାଲି ଠାରୁ ଜୟପୁର, ଲମତାପୁଟ, ବିଶାଖାପାଟଣା, ବିଜୟନଗରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ପଡ଼ୋଶୀ ଆନ୍ଧ୍ର ସହ ଅନ୍ୟ ସବୁ ସ୍ଥାନକୁ ଯିବା ଅପେକ୍ଷାରେ ଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ଦାବି ପୂରଣ ହେଲା ଯାଏ ଏଭଳି ଆନ୍ଦୋଳନ ଜାରି ରହିବ ବୋଲ ମିଳିତ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଵୀରେଶ ପଟ୍ଟନାୟକ କହିଛନ୍ତି।



from Odisha Reporter https://ift.tt/2A1yISM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages