ଖୋଲୁଛି ଗୁମର: ପତ୍ନୀଙ୍କ ହତ୍ୟା ପଛରେ ଡାକ୍ତର ଓ ନର୍ସଙ୍କ ଡାର୍ଟି ଲଭ୍‌ ଷ୍ଟୋରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଖୋଲୁଛି ଗୁମର: ପତ୍ନୀଙ୍କ ହତ୍ୟା ପଛରେ ଡାକ୍ତର ଓ ନର୍ସଙ୍କ ଡାର୍ଟି ଲଭ୍‌ ଷ୍ଟୋରୀ !

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ପୁରୀ ରେଲ୍‌ୱେ କ୍ୱାର୍ଟର୍ସରୁ ଡାକ୍ତର ସଞ୍ଜିବ ସାହୁଙ୍କ ପତ୍ନୀ ସୁଜାତା ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ କେହି ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡର ୨୪ ଘଣ୍ଟା ପରେ ବି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।
ତେବେ ଏହି ଘଟଣାରେ ପୁଲିସ ଅଧିକ ଛାନ୍‌ଭିନ୍‌ ଚଳାଇଛି। ପୁଲିସ୍ ଆଜି ଡାକ୍ତର ସାହୁ, ଜଣେ ଫାର୍ମାସିଷ୍ଟ ଓ ନର୍ସଙ୍କୁ ପଚରାଉଚୁରା କରିଛି। ନର୍ସଙ୍କ ସହ ଡାକ୍ତରଙ୍କ କ’ଣ ସମ୍ପର୍କ ରହିଛି, ସେହି ଦିଗରେ ନର୍ସଙ୍କୁ ଜେରା କରାଯାଇଛି। ପରେ ପୁଲିସ ରେଲ୍‌ୱେ ମେଡିକାଲରେ ପହଞ୍ଚି ନର୍ସଙ୍କ ଅଫିସରେ ମଧ୍ୟ ଛାନଭିନ୍ ଚଳାଇଛି।
ଘଟଣା ଦିନ ଡାକ୍ତର କେତେବେଲେ ମେଡ଼ିକାଲ୍‌ ଆସିଥିଲେ ଓ ଯାଇଥିଲେ ତା’ର ଟିକିନିଖି ଯାଞ୍ଚ କରିଛି ପୁଲିସ। ଫରେନସିକ୍ ଟିମ୍ ମଧ୍ୟ ରକ୍ତ ନମୂନା ଓ ଡାକ୍ତର ବ୍ୟବହାର କରୁଥିବା ବିଭିନ୍ନ ଜିନିଷପତ୍ରର ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି।
ସେପଟେ ଜଣେ ରେଳବାଇ କର୍ମଚାରୀ କହିଛନ୍ତି, ରେଲ୍‌ୱେ ମେଡିକାଲର ନର୍ସଙ୍କ ସହ ଡାକ୍ତରଙ୍କର ପୂର୍ବରୁ ସଂପର୍କ ଥିଲା। ଦୁଇବର୍ଷ ତଳେ ଡାକ୍ତର ସଂଜୀବ ସାହୁ ଓ ସଂପୃକ୍ତ ନର୍ସଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ କ୍ଲିପ୍‌ ସୋଶାଲ୍‌ ମିଡିଆରେ ଭାଇରଲ୍‌ ହୋଇଥିଲା ବୋଲି କର୍ମଚାରୀ ଜଣକ କହିଛନ୍ତି। ଘଟଣାକୁ ନେଇ ସେତେବେଳେ ନର୍ସଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ମାମଲ ସମାଧାନ ହୋଇଥିଲା। ସେହି ଘଟଣାକୁ ନେଇ ସୁଜାତା ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ଉପୁଜିଥିବା କୁହାଯାଉଛି।

ଗତକାଲି ରେଲେଓ୍ୱ ଡାକ୍ତର ସଂଜୀବ ସାହୁଙ୍କ କ୍ୱାର୍ଟର୍ସରୁ ପତ୍ନୀ ସୁଜାତାଙ୍କ ମୃତଦେହ ରକ୍ତ ଜୁଡୁବୁଡ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଙ୍କ ଅନୁପସ୍ଥିତିରେ ଘରେ ପଶି କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ହତ୍ୟାକାଣ୍ଡ ପଛରେ ରହସ୍ୟ କ’ଣ ତାହା ତଦନ୍ତ ପରେ ଜଣାପଡ଼ିବ।



from Odisha Reporter https://ift.tt/2S9lASs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages