
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଗୋ ବିମାନରେ ଯାଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଜକୁମାର କର୍ମକାର। ତାଙ୍କ ଘର ପଶ୍ଚିମବଙ୍ଗ ମାଲଦାରେ।
ରାଜକୁମାର ଆଜି ଇଣ୍ଡିଗୋ ବିମାନରେ କୋଲକାତାରୁ ବେଙ୍ଗାଲୁରୁ ଯିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ବିମାନଟି ଭୁବନେଶ୍ୱରରେ ଜରୁରୀ ଅବତରଣ କରିଥିଲା। ବିମାନବନ୍ଦରରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ରାଜକୁମାର ଅସୁସ୍ଥ ଥିଲେ। ଚିକିତ୍ସା ପାଇଁ ସେ ବେଙ୍ଗାଲୁରୁ ଯାଉଥିଲେ।
from Odisha Reporter http://bit.ly/2BBYQn6
No comments:
Post a Comment