୨୦୧୯ ଲୋକସଭା ନିର୍ବାଚନ ଲଢ଼ିବ କମଲ ହାସନଙ୍କ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

୨୦୧୯ ଲୋକସଭା ନିର୍ବାଚନ ଲଢ଼ିବ କମଲ ହାସନଙ୍କ ଦଳ

ଚେନ୍ନାଇ: ଅଭିନେତାରୁ ନେତା ହୋଇ ଦଳ ଗଢ଼ିଥିବା ତାମିଲ ସୁପରଷ୍ଟାର କମଲ ହାସନ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ତାଙ୍କ ଦଳ ମକ୍କଲ ନିଧି ମଇମା(ଏମଏନ୍‌ଏମ୍‌) ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି କହିଥିବା କମଲ ହାସନ ଆଜି ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିବେ ବୋଲି କହିଛନ୍ତି। ୬୪ ବର୍ଷୀୟ କମଲ ହାସନ କହିଛନ୍ତି, “ ମୁଁ ନିର୍ବାଚନ ଲଢ଼ିବି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏକ କମିଟି ଖୁବ୍‌ଶୀଘ୍ର ପ୍ରାର୍ଥୀ ଚୟନ କରିବା ଆରମ୍ଭ କରିବ।

ଆମ ଦଳର ମୁଖ୍ୟ ଲକ୍ଷ୍ୟ ତାମିଲନାଡୁର ବିକାଶ। ତେଣୁ ଯେଉଁ ଦଳ ତାମିଲନାଡୁର ବିକାଶ ଚାହିଁବ, ଏମ୍‌ଏନ୍‌ଏମ୍‌ ସେଭଳି ଦଳ ସହ ମେଣ୍ଟ କରିବ। କିନ୍ତୁ ତାମିଲନାଡୁର ଡିଏନ୍‌ଏକୁ ବଦଳାଇବାକୁ ଚେଷ୍ଟା କରୁଥିବା ଦଳ ସହ ଆମ ଦଳ କେବେ ହେଲେ ମେଣ୍ଟ କରିବ ନାହିଁ।”

କମଲ ହାସନ ଚଳିତ ବର୍ଷ ଫେବୃଆରୀରେ ରାଜନୀତିକ ଦଳ ଗଠନ କରିଥିଲେ।



from Odisha Reporter http://bit.ly/2RhMRFq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages