
ଭୁବନେଶ୍ୱର(ଓଡ଼ିଶାରିପୋର୍ଟର) କିଛି ମାସ ପୂର୍ବରୁ ରସୁଲଗଡ଼ ଛକ ନିକଟସ୍ଥ ସାଇ ବିହାରରେ “ତନ୍ଦୁରୀ ଚା” ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା। ଲୋକେ ଖୋଜି ଖୋଜି ଜାଗା ମୁଣ୍ଡରେ ପହଞ୍ଚୁଥିଲେ। ବର୍ତ୍ତମାନ ଏହି ‘ତନ୍ଦୁରୀ ଚା’ର ଚାହିଦା ଏତେ ବଢ଼ି ଯାଇଛି ଯେ ଏହାର ସ୍ୱତ୍ତ୍ୱାଧିକାରୀ କୁମାର ରଞ୍ଜନ ଦାସ ପଟିଆସ୍ଥିତ କାନନ ବିହାରଠାରେ ଏହାର ଦ୍ୱିତୀୟ ଆଉଟଲେଟ୍ ଖୋଲିଛନ୍ତି।
ଖାଲି ସେତିକି ନୁହେଁ ଏଥର ଏଠାରେ ନଡ଼ିଆରସ ଚା’ ତିଆରି କରାଯିବ ବୋଲି ସେ କହିଛନ୍ତି। କପେ ଚା’ର ମୂଲ୍ୟ ପ୍ରାୟ ୧୧୦ ଟଙ୍କା ରହିବ। ଏପରିକି ଗୁଡ଼ରେ ମଧ୍ୟ ଚା’ ତିଆରି କରାଯିବ।
ଏହାବାଦ୍ ପୋଦିନା ସ୍ୱାଦର ବ୍ଲାକ୍ ଟି ସାଙ୍ଗକୁ ଏକାଧିକ୍ କୁକିଜ୍ ଆଇଟମ୍ ମଧ୍ୟ ରହିବ। ଖୁବ୍ କମ୍ ଦିନ ମଧ୍ୟରେ ଓଡିଶାରେ ଚର୍ଚ୍ଚା ସୃଷ୍ଟି କରିଥିବା ଏହି ତନ୍ଦୁରୀ ଟି’କୁ ଅନୁକରଣ କରି ଏକାଧିକ ଉତ୍ସାହୀ ଯୁବକ ନୂଆ ଆଉଟଲେଟ୍ ଖୋଲିଛନ୍ତି।
୨୦୧୯ରେ କୁମାର ରଞ୍ଜନ ଏବଂ ତାଙ୍କ ସହଯୋଗୀ ଦେବାଶୀଷ ନାୟକ ପାହାଳ ଓ ଶହୀଦ ନଗରଠାରେ ଆଉ ଦୁଇଟି ଆଉଟଲେଟ୍ ଖୋଲିବାର ଯୋଜନା ରଖିଛନ୍ତି।
ଆଉଟଲେଟକୁ ଆକର୍ଷଣୀୟ କରିବା ପାଇଁ ଯୁବ ଡିଜାଇନର ନିଖୀଳ ଦଣ୍ଡସେନା ଇଣ୍ଟେରିୟର ଡିଜାଇନ୍ କରିଛନ୍ତି।
from Odisha Reporter http://bit.ly/2VgV8sa
No comments:
Post a Comment