ଅଟକିଲା ତିନ୍‌ ତଲାକ୍‌ ବିଲ୍‌, ରାଜ୍ୟସଭା ଜାନୁଆରୀ ୨ ଯାଏ ମୁଲତବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଅଟକିଲା ତିନ୍‌ ତଲାକ୍‌ ବିଲ୍‌, ରାଜ୍ୟସଭା ଜାନୁଆରୀ ୨ ଯାଏ ମୁଲତବୀ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ରାଜ୍ୟସଭାରେ ତିନ୍‌ ତଲାକ ବିଲ୍‌ ଉପସ୍ଥାପନ ପରେ ତାହା ହିଁ ଘଟିଲା। ପୂର୍ବରୁ ବିରୋଧୀଙ୍କ ହୋ-ହଲ୍ଲା ମଧ୍ୟରେ କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ତିନ୍‌ ତଲାକ ବିଲ୍‌ ଲୋକସଭାରେ ପାସ୍‌ ହୋଇଥିଲେ ହେଁ ଏହା ରାଜ୍ୟସଭାରେ ଝୁଣ୍ଟିଛି।

ଆଜି ରାଜ୍ୟସଭାରେ କେନ୍ଦ୍ର ସରକାର ମୁସଲିମ୍‌ ସମ୍ପ୍ରଦାୟରେ ପ୍ରଚଳିତ ଇନ୍‌ଷ୍ଟାଣ୍ଟ ଟ୍ରିପଲ ତଲାକ୍‌କୁ ଅପରାଧ ଭାବେ ବିବେଚନା କରିବାକୁ ଆଣିଥିବା ବିଲ୍‌କୁ ଉପସ୍ଥାପନ କରିଥିଲେ। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏହା ଉପରେ ଆଲୋଚନା ହୋଇପାରି ନଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିଲ୍‌କୁ ସଂସଦର ଚୟନ କମିଟିକୁ ପଠାଇବାକୁ ଅଡ଼ି ବସିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ୨ ତାରିଖ ଯାଏ ମୁଲତବୀ ଘୋଷଣା କରିଥିଲେ।

ଆଜି କେନ୍ଦ୍ର ସରକାର ଗୃହରେ ବିଲ୍‌ ଉପସ୍ଥାପନ କରିବା କ୍ଷଣି କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍‌ସିପି, ଟିଡିପି, ଜେଡିଏସ୍‌, ସିପିଆଇ, ସିପିଆଇଏମ୍‌,କେରଳ ମଣି କଂଗ୍ରେସ ଓ ଆପ୍‌ ପକ୍ଷରୁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ଧାରା ୧୨୫ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ନୋଟିସ୍‌ ଦେଇଥିଲେ।

ଏଥିରେ ତିନ୍‌ ତଲାକ ବିଲ୍‌କୁ ଚୟନ କମିଟିକୁ ପଠାଇବାକୁ ଦାବି କରାଯାଇଥିଲା। ହେଲେ ଅଧ୍ୟକ୍ଷ ଏହା ଉପରେ କୌଣସି ନିଷ୍ପତ୍ତି ନ ନେବାରୁ ଗୃହରେ ବିରୋଧୀ ଦଳଗୁଡ଼ିକ ନାରାବାଜି କରିଥିଲେ। ପ୍ରଥମେ ଗୃହକୁ ରାଜ୍ୟସଭା ଅଧ୍ୟକ୍ଷ ୧୫ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ନାରାବାଜି ହୋଇଥିଲା। ଫଳରେ ଅଧ୍ୟକ୍ଷ ଗୃହକୁ ଜାନୁଆରୀ ୨ ଯାଏ ମୁଲତବୀ କରିଛନ୍ତି।

ମୁସଲିମ୍‌ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏହି ବିଲ୍‌ ପାସ୍‌ କରିବାକୁ ଚାହୁଁଥିବା ବେଳେ ଏଥିରେ ଥିବା କିଛି ବ୍ୟବସ୍ଥାରେ ସଂଶୋଧନ ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ି ବସିଛନ୍ତି।



from Odisha Reporter http://bit.ly/2BPxxpE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages