ସୋନା ମହାପାତ୍ରଙ୍କୁ ଏମିତି ପ୍ରତିଜବାବ୍ ଦେଲେ ସୋନୁ ନିଗମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ସୋନା ମହାପାତ୍ରଙ୍କୁ ଏମିତି ପ୍ରତିଜବାବ୍ ଦେଲେ ସୋନୁ ନିଗମ୍

ମୁମ୍ବାଇ: ସୋନା-ସୋନୁଙ୍କ ଝଗଡ଼ାକୁ ନେଇ ସୋଶାଲ୍‌ ମିଡ଼ିଆରେ ଏବେ ଚର୍ଚ୍ଚା। ଜଣାଶୁଣା କଣ୍ଠଶିଳ୍ପୀ ସୋନୁ ନିଗମ୍‌ଙ୍କୁ ବିଭିନ୍ନ ପ୍ରସଙ୍ଗରେ ବଲିଉଡ୍‌ର ଓଡ଼ିଆ ସିଙ୍ଗର୍‌ ସୋନା ମହାପାତ୍ର ସମାଲୋଚନା କରିବା ପରେ ଏହି ଝଗଡ଼ା ଉଗ୍ର ହୋଇଛି। ଏବେ ସୋନୁ ସୋନାଙ୍କ ସମାଲୋଚନାର ପ୍ରତିଜବାବ୍‌ ଦେଇଛନ୍ତି।

ସୋନା ମହାପାତ୍ରଙ୍କୁ କଟାକ୍ଷ କହି ସୋନୁ ନିଗମ୍‌ କହିଛନ୍ତି ଯେ ” ଟ୍ୱିଟର୍‌ରେ ବାନ୍ତି କରୁଥିବା ଏହି ସମ୍ମାନସ୍ପଦ ମହିଳା ଏମିତି ଜଣେ ବ୍ୟକ୍ତିଙ୍କ ପତ୍ନୀ…ଯାହାଙ୍କୁ ମୁଁ ନିଜର ଖୁବ୍‌ ନିକଟତର ବୋଲି ଭାବେ । ଯଦିଓ ସେ, ମୁଁ ଚାହୁଁଥିବା ସମ୍ପର୍କ.. ‘ଶାଳୀନତା’ ରଖିବାକୁ ଭୁଲି ଯାଇଛନ୍ତି।”

ସୋନୁ ନିଗମ୍‌ ଆହୁରି ମଧ୍ୟ କହିଛନ୍ତି ଯେ “ସୋନା ଯାହା ସବୁ କହୁଛନ୍ତି, ସେ ସବୁ କହିବା ପୂର୍ବରୁ ପ୍ରଥମେ ନିଜ ବିବେକକୁ ପରାଚିବା ଉଚିତ୍‌।”

ନିକଟରେ ସୋନୁ ନିଗମ୍‌ ଏକ ଟିଭିକୁ ସାକ୍ଷାତକାରରେ କହିଥିଲେ ଯେ “ପାକିସ୍ତାନୀ କଣ୍ଠଶିଳ୍ପୀଙ୍କୁ ଭାରତରେ କାମ କରିବାକୁ କୌଣସି ଅତିରିକ୍ତ ଫିସ୍‌ ଦେବାକୁ ପଡ଼େ ନାହିଁ।  କିନ୍ତୁ ଭାରତୀୟ ମ୍ୟୁଜିକ୍‌ କମ୍ପାନୀ ଏଠାକାର କଣ୍ଠଶିଳ୍ପୀଙ୍କଠାରୁ ଖୁବ୍‌ ଅଧିକ ଟଙ୍କା ଲୁଟିଥା’ନ୍ତି।”

ଏହା ପୂର୍ବରୁ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ବିରୋଧରେ  #ମି ଟୁ ଅଭିଯୋଗ ପ୍ରସଙ୍ଗରେ ସୋନୁ କହିଥିଲେ ‘ବିନା  ପ୍ରମାଣରେ ଆମେ ଜଣଙ୍କୁ ଦୋଷୀ କିପରି କହିବା ? କୌଣସି ପ୍ରମାଣ ନ ଥାଇ ଲୋକେ ଅଭିଯୋଗକାରୀଙ୍କୁ ସମର୍ଥନ କରୁଛନ୍ତି, କୌଣସି ପ୍ରମାଣ ନ ପାଇ ତାଙ୍କୁ ତାଙ୍କ କାମରୁ ହଟାଇ ଦିଆ ଯାଇଛି।’  କିଛି କହିବା ଏବଂ କରିବା ପୂର୍ବରୁ ପ୍ରଥମେ ପ୍ରମାଣ ଆଣନ୍ତୁ ବୋଲି ସୋନୁ କହିଥିଲେ।

ଏହି ଦୁଇଟି ପ୍ରସଙ୍ଗରେ ସୋନୁ ନିଗମ୍‌ଙ୍କ ପ୍ରତିକ୍ରିୟାକୁ ସୋନା ମହାପାତ୍ର ସମାଲୋଚନା କରିଥିଲେ। ଏପରିକି ସୋନୁଙ୍କୁ ଟାର୍ଗେଟ୍‌ କରି ସୋନା ଟ୍ୱିଟର୍‌ରେ କଡ଼ା ଟିପ୍ପଣୀ ଦେଇଥିଲେ।



from Odisha Reporter https://ift.tt/2S7c95X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages