
କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ ଅଟକାଇବା ପାଇଁ କ୍ଷମତାସୀନ ମମତା ବାନାର୍ଜୀ ସରକାର ଯେଉଁ ଉଦ୍ୟମ କରିଥିଲେ, ତାକୁ ଶକ୍ତ ଝଟ୍କା ଲାଗିଛି। ଆଜି କ୍ୟାଲକାଟା ହାଇକୋର୍ଟ ବିଜେପିକୁ ପଶ୍ଚିମଙ୍ଗରେ ୩ଟି ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।
ପୂର୍ବରୁ ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ରଥଯାତ୍ରା କରିବାକୁ ଅନୁମତି ଲୋଡ଼ା ଯାଇଥିଲା। କିନ୍ତୁ ଏହା ଦ୍ୱାରା ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେବାର ଆଳ ଦେଖାଇ ସରକାର ଅନୁମତି ଦେଇ ନଥିଲେ। ଏହା ବିରୋଧରେ ବିଜେପି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କୋର୍ଟରେ ବିଜେପିର ଜିତ୍ ହୋଇଛି।
କୋର୍ଟ କହିଛନ୍ତି, ରଥଯାତ୍ରା ୨୪ ଘଣ୍ଟା ପୂର୍ବରୁ ବିଜେପି ଏସମ୍ପର୍କରେ ପ୍ରଶାସନକୁ ଜଣାଇବ। ଯେଉଁ ଅଞ୍ଚଳରେ ରଥଯାତ୍ରା ହେବ, ସେଠାରେ ଆଇନ୍ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ପ୍ରଶାସନ ନିଜେ ତୁଲାଇବ। ସେହିପରି ଯଦି ରଥଯାତ୍ରା ବେଳେ କୌଣସି ଅଘଟଣ କିମ୍ବା ଧନ ସମ୍ପତ୍ତି ନଷ୍ଟ ହୁଏ, ଏଥିପାଇଁ କେବଳ ପ୍ରଶାସନ ନୁହନ୍ତି, ବିଜେପି ମଧ୍ୟ ଦାୟୀ ରହିବ।
ଏହି ରାୟ ପରେ ରାଜ୍ୟ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି, ଆମେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ରଥଯାତ୍ରା କରିବୁ। ଏହି ରଥଯାତ୍ରା ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ କରାଯିବ। ସମ୍ଭବତଃ ଶନିବାର ଏହି ରଥଯାତ୍ରା ଆରମ୍ଭ ହେବ। ଡିସେମ୍ବର ୨୨ରେ କୁଚ ବେହାର, ଡିସେମ୍ବର ୨୪ରେ ଦକ୍ଷିଣ ୨୪-ପ୍ରଗଣାର କାକ୍ଦ୍ୱୀପ ଓ ଡିସେମ୍ବର ୨୬ରେ ବୀରଭୂମ ଜିଲ୍ଲାର ତରପୀଠ ମନ୍ଦିରଠାରୁ ରଥଯାତ୍ରା ଆରମ୍ଭ ହେବ।
from Odisha Reporter https://ift.tt/2R6aAZ4
No comments:
Post a Comment