କାନ ବିନ୍ଧା ହେଉଛି କି? ମୁକ୍ତି ପାଇଁ ଆପଣାନ୍ତୁ ଘରୋଇ ଟିପ୍‌ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

କାନ ବିନ୍ଧା ହେଉଛି କି? ମୁକ୍ତି ପାଇଁ ଆପଣାନ୍ତୁ ଘରୋଇ ଟିପ୍‌ସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ ସାଧାରଣତଃ ଥଣ୍ଡା ଯୋଗୁ ମୁଣ୍ଡ ଓ କାନ ବିନ୍ଧା ହୋଇଥାଏ। ତେବେ କାନରେ ପାଣି ରହିବା ଯୋଗୁ ମଇଳା ଜମା ହୋଇଯାଏ ଏବଂ ଏହା ସଂକ୍ରମଣ ହୋଇ କାନ ବିନ୍ଧିବା ସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଆପଣଙ୍କର ଏପରି ସମସ୍ୟା ହେଉଥିଲେ, ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯଦି ଯନ୍ତ୍ରଣା ଅସହ୍ୟ ହେଉଛି ଏବଂ ଆପଣ ଡାକ୍ତରଙ୍କ ପାଖକୁ ଯାଇ ପାରୁନାହାନ୍ତି, ତେବେ କିଛି ଘରୋଇ ଉପଚାର ରହିଛି, ଯାହାକୁ ଆପଣାଇଲେ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିବ।
ଏବେ ଆସନ୍ତୁ ଜାଣିବା, କାନ ବିନ୍ଧାରୁ ମୁକ୍ତି ପାଇଁ ଥିବା କିଛି ଘରୋଇ ଉପଚାର ସଂପର୍କରେ।

୧. କାନ ବିନ୍ଧା ହେଉଥିଲେ, ସୋରିଷ ତେଲକୁ ଅଳ୍ପ ଉଷୁମ କରି କିଛି ବୁନ୍ଦା କାନରେ ପକାନ୍ତୁ। କିଛି ସମୟ ପରେ ଯନ୍ତ୍ରଣାରୁ ମୁକ୍ତି ମିଳିବ। ସୋରିଷ ତେଲରେ ଲବଙ୍ଗକୁ ପୋଡ଼ି ଏହି ତେଲକୁ କାନରେ ପକାଇଲେ ଭଲ ଫାଇଦା ମିଳିଥାଏ।

୨. ରାତିରେ ଶୋଇବା ପୂର୍ବରୁ ପିଆଜ ରସ କିଛି ବୁନ୍ଦା କାନରେ ପକାଇ ଶୁଅନ୍ତୁ। ସକାଳକୁ କାନ ବିନ୍ଧା ଭଲ ହୋଇଯାଇଥିବ।

୩. ପାନ ପତ୍ର ରସକୁ ଉଷୁମ କରି ଏହି ରସକୁ କାନରେ ପକାଇଲେ କାନ ବିନ୍ଧାରୁ ମଧ୍ୟ ଉପଶମ ମିଳିଥାଏ।

୪. କିଛି ମୂଳାକୁ ଛୋଟ ଛୋଟ ଖଣ୍ଡ କରି ଏହାକୁ ସୋରିଷ ତେଲରେ ପକାଇ ଗରମ କରନ୍ତୁ। ପରେ ତେଲକୁ ଛାଣି ଏକ ବୋତଲରେ ରଖନ୍ତୁ। ଏହି ତେଲକୁ କାନରେ ୨ ବୁନ୍ଦା ଲେଖାଏ ପକାନ୍ତୁ, ଯନ୍ତ୍ରଣାରୁ ଉପଶମ ମିଳିବ।

୫. ତୁଳସୀ ପତ୍ରକୁ ଛେଚି ଏହାର ରସକୁ ଅଳ୍ପ ଉଷୁମ କରି ୪/୫ ବୁନ୍ଦା କାନରେ ପକାନ୍ତୁ। ଯନ୍ତ୍ରଣାରୁ ମୁକ୍ତି ମିଳିବ।

୬. ଲୁଣ ପୁଡ଼ିଆ କରି କାନ ଚାରିପାଖରେ ଏହାର ଗରମ ସେକ ଦିଅନ୍ତୁ। ଦେଖିବେ, ଅବଶ୍ୟ ଆରାମ ଲାଗିବ।

କାନ ବିନ୍ଧାରୁ ଆରୋଗ୍ୟ ପାଇଁ ଉପରୋକ୍ତ ଟିପ୍ସଗୁଡ଼ିକୁ ଆପଣାଇବା ପୂର୍ବରୁ ଥରେ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।



from Odisha Reporter https://ift.tt/2En7KZG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages