
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବାସ୍ତୁ ଶାସ୍ତ୍ର ଅନୁସାରେ, ଘର ତିଆରି କରିବାବେଳେ ଠାକୁର ଘର, ବେଡ୍ ରୁମ୍, କିଚେନ୍ ଓ ବାଥ୍ ରୁମ୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଆବଶ୍ୟକ। କାରଣ ବାଥ୍ ରୁମ୍ରେ ବାସ୍ତୁ ଦୋଷ ରହିଲେ, ଏହାର ପ୍ରଭାବ ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ପଡ଼ିଥାଏ। ଏହାଦ୍ୱାରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ପରସ୍ପର ମଧ୍ୟରେ କଳି ଝଗଡ଼ା ସୃଷ୍ଟି ହୁଏ ଏବଂ ଘରେ ଆର୍ଥିକ ଅନଟନ ଲାଗି ରହେ।
ଏବେ ଆସନ୍ତୁ ଜାଣିବା, ଘରର ବାଥ୍ ରୁମ୍ ପାଇଁ ଥିବା କିଛି ବାସ୍ତୁ ନିୟମ।
୧. ବାଥ୍ ରୁମ୍ କେବେ ବି ଶିଡ଼ି ଘର ତଳେ ରହିବା ଉଚିତ୍ ନୁହେଁ। ଏହା ଦ୍ୱାରା ଘରର ମୁଖ୍ୟ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥାଏ।
୨. ବାଥ୍ ରୁମ୍ ଯଦି ଆପଣଙ୍କ ଶୟନ କକ୍ଷରେ ଅଛି, ତେବେ ଏହାର କବାଟକୁ କେବେ ବି ଖୋଲା ରଖନ୍ତୁ ନାହିଁ।
୩. ବାଥ୍ ରୁମ୍କୁ ସବୁବେଳେ ସଫା ସୁତୁରା ରଖନ୍ତୁ। ସବୁବେଳେ ବାଥ୍ ରୁମ୍ରେ ଏୟାର୍ ଫ୍ରେଶନର୍, କ୍ୟାଣ୍ଡେଲ କିମ୍ବା କୌଣସି ସୁଗନ୍ଧିତ ଇନ୍ଡୋର୍ ପ୍ଲାଣ୍ଟ ରଖନ୍ତୁ। ଏହାଦ୍ୱାରା ଘର ସଦସ୍ୟଙ୍କ ମନରେ ସବୁବେଳେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ।
୪. ବାଥ୍ ରୁମ୍ର ବାଲ୍ଟି ବା ଅନ୍ୟ ପାଣି ରଖିବା ପାତ୍ରକୁ କେବେ ଖାଲି ରଖନ୍ତୁ ନାହିଁ, ସବୁବେଳେ ପାଣି ଭରି ରଖନ୍ତୁ। ନଚେତ୍ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହିବ।
୫. ବାଥ୍ ରୁମ୍ର କବାଟ ସାମ୍ନାରେ ଆଦୌ ଦର୍ପଣ ଲଗାନ୍ତୁ ନାହିଁ। ଏହାଦ୍ଵାରା ବାଥ୍ ରୁମ୍ରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ଆପଣଙ୍କ ପାଇଁ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ।
୬. ବାଥ୍ ରୁମ୍ରୁ ଗାଧୋଇ ସାରି ଆସିବା ପରେ କବାଟକୁ ସବୁବେଳେ ବନ୍ଦ ରଖନ୍ତୁ। କବାଟ ଖୋଲା ରଖିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
୭. ଗାଧୁଆଘରେ ନୀଳ ରଙ୍ଗର ବାଲ୍ଟି ରଖିବା ଅତ୍ୟନ୍ତ ଶୁଭଦାୟକ। ଏହାଦ୍ଵାରା ଘରର ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ।
୮. ଏକ କାଚ ପାତ୍ରରେ ଲୁଣ ନେଇ ବାଥ୍ ରୁମ୍ରେ ରଖନ୍ତୁ। ଏହି ଲୁଣକୁ ପ୍ରତି ସପ୍ତାହରେ ବଦଳାନ୍ତୁ। ଏପରି କରିବା ଦ୍ଵାରା ବାଥ୍ ରୁମ୍ରୁ ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ।
from Odisha Reporter https://ift.tt/2UoZVYd
No comments:
Post a Comment