
ନୂଆଦିଲ୍ଲୀ: ଏମ୍ ଟିଭିରେ ପରିଚାଳିତ ହେଉଥିବା ରିୟାଲିଟି ଶୋ’ ‘Ace Of Space’ ର ଲୋକପ୍ରିୟ କଣ୍ଟେଷ୍ଟାଣ୍ଟ୍ ୨୧ ବର୍ଷୀୟ ଦାନିସ୍ ଜେହେନ୍ଙ୍କର ଗତକାଲି ଏକ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ଦାନିସ୍ ଗୁରୁବାର ଏକ ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରିବା ସମୟରେ ମୁମ୍ୱାଇରେ ଏହି ଦୁର୍ଘଟଣା ହୋଇଥିଲା। ତାଙ୍କର ମୃତ୍ୟୁ ପରେ ଫ୍ୟାନ୍ସମାନଙ୍କୁ ଏକ ଶକ୍ତ ଝଟ୍କା ଲାଗିଛି।
ଦାନିସ୍ ଜଣେ ଲୋକପ୍ରିୟ ୟୁଟ୍ୟୁବ୍ ବ୍ଲଗର୍ ଥିଲେ। ସୋଶାଲ୍ ମିଡିଆରେ ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି। କେବଳ ଏତିକି ନୁହେଁ, ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୮ ଲକ୍ଷ ୯୧ ହଜାର ଫଲୋୟର୍ସ ମଧ୍ୟ ରହିଛନ୍ତି।
ଏମ୍ ଟିଭିର ଏହି ରିୟଲିଟି ଶୋ’କୁ ବିଗ୍ ବସ୍-୧୧ର କଣ୍ଟେଷ୍ଟାଣ୍ଟ୍ ବିକାଶ ଗୁପ୍ତା ହୋଷ୍ଟ୍ କରିଥାନ୍ତି। ବିକାଶ ଏହି ଖବର ଜାଣିବା ପରେ ସୋଶାଲ ମିଡିଆରେ ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ସେୟାର୍ କରିଛନ୍ତି। ବିକାଶ ଲେଖିଛନ୍ତି, “ତୁମେ ସବୁବେଳେ ଆମ ହୃଦୟରେ ରହିବ। ମୁଁ ‘Ace Of Space’ର ଅନ୍ୟ ସମସ୍ତ ସଦସ୍ୟଙ୍କୁ କିପରି କହିବି ଯେ, ତୁମେ ଆଉ କେବେ ହେଲେ ଫେରିବ ନାହିଁ। ତୁମେ ‘Ace Of Space’ର କଲର୍ ହେୟାର୍ କିଙ୍ଗ୍ ଥିଲ।”
ବିକାଶଙ୍କ ବ୍ୟତୀତ ଅନେକ ବଲିଉଡ୍ ସେଲିବ୍ରିଟି ମଧ୍ୟ ଦାନିସ୍ଙ୍କୁ ସୋଶାଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
‘Ace Of Space’ ଘରେ ସାରା ଅଲ୍ଲୀ ଖାନ୍ଙ୍କୁ ଦାନିସ୍ ଡ୍ୟାନ୍ସ୍ କରି ଇମ୍ପ୍ରେସ୍ କରିଥିଲେ। ତେଣୁ ଦାନିସ୍ଙ୍କର ମୃତ୍ୟୁ ପରେ ସାରା ମଧ୍ୟ ଶୋକପ୍ରକାଶ କରିଛନ୍ତି।
ଭାରତୀ ସିଂହ, କରିନା କପୁର୍, କରନ୍ କୁନ୍ଦ୍ରା ପରି ଅନେକ ଅଭିନେତା ଅଭିନେତ୍ରୀ ସୋଶାଲ ମିଡିଆ ସାଇଟ୍ ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ୍ରେ ଦାଲିସ୍ ଜେହେନ୍ଙ୍କର ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି।
from Odisha Reporter http://bit.ly/2EE7B35
No comments:
Post a Comment