ବିଜେପି ରଥଯାତ୍ରା ଉପରେ ପୁଣି ଲାଗିଲା ରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ବିଜେପି ରଥଯାତ୍ରା ଉପରେ ପୁଣି ଲାଗିଲା ରୋକ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ପାଇଁ ଆୟୋଜିତ ହେବାକୁ ଥିବା ରଥଯାତ୍ରା ଉପରେ ପୁଣି ରୋକ ଲାଗିଛି। ଗତକାଲି କ୍ୟାଲକାଟା ହାଇକୋର୍ଟଙ୍କ ସିଙ୍ଗଲ୍‌ ବେଞ୍ଚ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ।

ଏହାକୁ ନେଇ ବିଜେପି ଶିବିରରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା। ତେବେ ରାୟକୁ ୨୪ ଘଣ୍ଟା ପୂରି ନଥିବା ବେଳେ ପୁଣିଥରେ ଦଳକୁ କୋର୍ଟଙ୍କ ଝଟ୍‌କା ଲାଗିଛି। ସିଙ୍ଗଲ ବେଞ୍ଚ ଦେଇଥିବା ଅନୁମତିକୁ କ୍ୟାଲକାଟା ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଖାରଜ କରି ଦେଇଛନ୍ତି। ଏଥିସହ ବର୍ତ୍ତମାନ କୌଣସି ପ୍ରକାରର ରଥଯାତ୍ରା ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ସିଙ୍ଗଲ ବେଞ୍ଚ ଦେଇଥିବା ରାୟକୁ ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀ ସରକାର ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଡିଭିଜନ ବେଞ୍ଚ ମାମଲାକୁ ସିଙ୍ଗଲ ବେଞ୍ଚଙ୍କୁ ପୁଣିଥରେ ପଠାଇଛନ୍ତି।

ସିଙ୍ଗଲ ବେଞ୍ଚ ରାଜ୍ୟ ତଦନ୍ତକାରୀ ସଂସ୍ଥା ଦେଇଥିବା ଗୁଇନ୍ଦା ତଥ୍ୟକୁ ତର୍ଜମା କରି ମାମଲାର ଶୁଣାଣି କରନ୍ତୁ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆସନ୍ତାକାଲି ବିଜେପି ପକ୍ଷରୁ କୁଚ ବେହାର ଠାରୁ ଆରମ୍ଭ ହେବାକୁ ଥିବା ରଥଯାତ୍ରା ସ୍ଥଗିତ ରହିଛି।



from Odisha Reporter http://bit.ly/2EJjTbw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages