ସାଣ୍ଟା କ୍ଲଜ୍‌ ସାଜି ଶିଶୁ ରୋଗୀଙ୍କୁ ଖୁସି ବାଣ୍ଟିଲେ ବାରାକ୍‌ ଓବାମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ସାଣ୍ଟା କ୍ଲଜ୍‌ ସାଜି ଶିଶୁ ରୋଗୀଙ୍କୁ ଖୁସି ବାଣ୍ଟିଲେ ବାରାକ୍‌ ଓବାମା

ନୂଆଦିଲ୍ଲୀ: ମୁଣ୍ଡରେ ସାଣ୍ଟା କ୍ଲଜ୍‌ ଟୋପି ଏବଂ କାନ୍ଧରେ ଉପହାରର ପ୍ୟାକେଟ୍‌ ଝୁଲାଇ ଏକ ଶିଶୁ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା।

ଡିସେମ୍ବର ୨୫ ବା ବଡ଼ଦିନ ଅବ୍ୟବହିତ ପୂର୍ବରୁ ୱାଂଶିଟନ୍‌ର ଚିଲ୍‌ଡ୍ରେନ୍‌ସ୍‌ ହସ୍‌ପିଟାଲ୍‌କୁ ଓବାମାଙ୍କ ଏହି ଅପ୍ରତ୍ୟାଶିତ ଗସ୍ତ ଡାକ୍ତରଖାନାର ଶିଶୁ ରୋଗୀଙ୍କୁ ଖୁବ୍‌ ଖୁସି ଦେଇଥିଲା

ହସ୍‌ପିଟାଲ୍‌ର ଶିଶୁ ରୋଗୀମାନଙ୍କୁ ଓବାମା ବିଭିନ୍ନ ଉପହାର ବାଣ୍ଟିବା ସହ ସେମାନଙ୍କ ସାଥିରେ କିଛି ସମୟ ମଧ୍ୟ କାଟିଥିଲେ। ଏହା ସହ ହସ୍‌ପିଟାଲ୍‌ କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କ ନିରନ୍ତର ସେବା ପାଇଁ ବାରାକ୍‌ ପ୍ରଶଂସା କରିବା ସହ ଧନ୍ୟବାଦ ମଧ୍ୟ ଦେଇଥିଲେ। ବାରାକ୍‌ କହିଥିଲେ ଯେ “ଦୁଇଟି ଝିଅର ବାପା ହିସାବରେ ମୁଁ ଜାଣିଛି ଯେ ମେଡିକାଲ୍‌ର ଡାକ୍ତର ଏବଂ ନର୍ସମାନେ କେମିତି ପିଲାମାନଙ୍କର ଯତ୍ନ ନେଉଛନ୍ତି। ଆଉ ତାହା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ।”

ସାଣ୍ଟା ବେଶରେ ଥିବା ଓବାମାଙ୍କ ଫଟୋ ଏବେ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଫଟୋରେ ବାରାକ୍‌ ସାଣ୍ଟା କ୍ଲଜ୍‌ ଟୋପି ପିନ୍ଧି ଗିଫ୍ଟ ବ୍ୟାଗ୍‌ ଧରି ହସ୍ପିଟାଲ୍‌ ଯାଉଥିବା ଦେଖିବାକୁ ମିଳିଛି।

ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତିଙ୍କ ଏଭଳି ଅଚାନକ ପରିଦର୍ଶନ ଓ ରୋଗୀଙ୍କ ସହ ସମୟ କାଟିବା, ଡାକ୍ତରଖାନା କର୍ମଚାରୀମାନଙ୍କୁ ବେଶ୍ ଉତ୍ସାହିତ କରିଛି। ଏଥିପାଇଁ ଡାକ୍ତରଖାନା ପକ୍ଷରୁ ଓବାମାଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଦିଆଯାଇଛି।



from Odisha Reporter http://bit.ly/2EA4B80

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages