
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେନାରେ ନିଯୁକ୍ତି ପାଇଁ ଓଡ଼ିଶା ଆସିଥିବା ବିହାରର ଜଣେ ପରୀକ୍ଷାର୍ଥୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର ଷ୍ଟେସନ୍ ନିକଟରେ ପରୀକ୍ଷାର୍ଥୀ ଜଣଙ୍କ ଛିଡ଼ା ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ କଳା ପଲ୍ସରରେ ଆସି ତାଙ୍କର ସାର୍ଟିଫିକେଟ୍ ଥିବା ବ୍ୟାଗକୁ ଛଡ଼ାଇ ନେଇଥିଲେ।
ସେ ଲୁଟେରାମାନଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ। କିଛି ସମୟ ପରେ ଲୁଟେରାମାନେ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ବୁଲୁଥିବାର ଦେଖି ପରୀକ୍ଷାର୍ଥୀ ଜଣଙ୍କ ପୁଲିସ୍କୁ ଖବର ଦେଇଥିଲେ। ରେଲବାଇ ପୁଲିସ୍ ପହଞ୍ଚି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବା ସହିତ ଲୁଟ୍ରେ ବ୍ୟବହୃତ ହୋଇଥିବା କଳା ପଲସରକୁ ଜବତ କରିଛି। ତେବେ ଲୁଟ୍ ସାମଗ୍ରୀ ମିଳି ପାରି ନାହିଁ।
ଅନ୍ୟ ୨ ଜଣ ଲୁଟେରାଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ ଚଳାଇଛି।
from Odisha Reporter http://bit.ly/2EFfgPz
No comments:
Post a Comment