‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ସେମିଫାଇନାଲ୍‌ରେ ପୁରୀର ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ସେମିଫାଇନାଲ୍‌ରେ ପୁରୀର ଦମ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ର ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି ପୁରୀର ଦମ୍ପତି। ପ୍ରଥମ ଥର ପାଇଁ ଏହି ରିଆଲିଟି ଶୋ’ରେ ସାମିଲ୍‌ ହୋଇଥିବା ପୁରୀର ଉମାକାନ୍ତ ସାହୁ ଏବଂ ତାଙ୍କ ପତ୍ନୀ ସୁଜାତା ରାୟ ବେଶ୍ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ସେମିଫାଇନାଲ୍‌କୁ ଆସିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଉଭୟ ମାଲ୍‌ଖମ୍ବ ନୃତ୍ୟ ପରିବେଷଣ କରି ବିଦେଶରେ ମଧ୍ୟ ବେଶ୍‌ ନାଁ କମାଇଥିଲେ।

ଏବେ ସେମିଫାଇନାଲ୍‌ରେ ଜିତିବା ପାଇଁ ଏହି ଓଡ଼ିଆ ଦମ୍ପତିଙ୍କୁ ଜନତାଙ୍କ ଭୋଟିଂ ଆବଶ୍ୟକ। ସେମି ଫାଇନାଲ୍‌ରେ ସେମାନଙ୍କ ଯୋଡ଼ିକୁ ଭୋଟ୍‌ ଦେବା ପାଇଁ ଉଭୟ ଉମାକାନ୍ତ ଓ ସୁଜାତା ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଉମାକାନ୍ତ ଏବଂ ସୁଜାତାଙ୍କୁ ଭୋଟ୍‌ ଦେବା ପାଇଁ ରବିବାର ରାତି ୧୦ଟାରୁ ସୋମବାର ୧୦ଟା ପର୍ଯ୍ୟନ୍ତ ଲାଇନ୍‌ ଖୋଲା ରହିବ। ଭୋଟ୍‌ ଦେବା ପାଇଁ ଆପଣଙ୍କୁ ନିଜ ମୋବାଇଲ୍‌ରେ ଭୁଟ୍‌ ଆପ୍‌ ଡାଉନ୍‌ଲୋଡ କରି ସେଠାରେ ସୁଜାତା-ଉମାକାନ୍ତଙ୍କ ଫଟୋରେ କ୍ଲିକ୍‌ କରି ସମ୍ମିଟ୍‌ କରିବାକୁ ହେବ।



from Odisha Reporter https://ift.tt/2EmYNP6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages