ନନ୍ଦିତା ଦାସଙ୍କ ‘ମଣ୍ଟୋ’ ଉପରୁ ନିଷିଦ୍ଧାଦେଶ ଉଠାଇବ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ନନ୍ଦିତା ଦାସଙ୍କ ‘ମଣ୍ଟୋ’ ଉପରୁ ନିଷିଦ୍ଧାଦେଶ ଉଠାଇବ ପାକିସ୍ତାନ

ଇସଲାମାବାଦ୍‌: ଓଡ଼ିଆ ଝିଅ ତଥା ପ୍ରସିଦ୍ଧ ଚଳିଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦିତା ଦାସଙ୍କ ସଦ୍ୟ ନିର୍ଦ୍ଦେଶିତ ଫିଲ୍ମ ‘ମଣ୍ଟୋ’ର ରିଲିଜ୍‌ ବାବଦରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଫୱାଦ୍‌ ଚୌଧୁରୀ। ନନ୍ଦିତା ଏ ବାବଦରେ ଟ୍ୱିଟର୍‌ରେ ଜଣାଇବାପରେ ଫୱାଦ୍‌ କହିଛନ୍ତି ସେ ଆମଦାନୀକାରୀ ବା ବିତରକଙ୍କୁ ଏହି ଅଣବ୍ୟବସାୟିକ ଫିଲ୍ମର ପ୍ରଦର୍ଶନ ପାଇଁ ପ୍ରବର୍ତ୍ତାଇବେ।

ସେ କହିଛନ୍ତି, “ମୁଁ ଆମଦାନୀକାରୀ ବା ବିତରକଙ୍କୁ ଏହି ଫିଲ୍ମର ପ୍ରଦର୍ଶନ ପାଇଁ ପ୍ରବର୍ତ୍ତାଇବି। ଭାବୁଛି କେହି ନା କେହି ନିଶ୍ଚୟ ଏପରି କରିବାକୁ ରାଜି ହେଇଯିବ।” ଏହାର ପ୍ରତିକ୍ରିୟାରେ ନନ୍ଦିତା ଚୌଧୁରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଉର୍ଦ୍ଦୁ ଲେଖକ ସାଦତ୍‌ ହାସନ୍ ମଣ୍ଟୋଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମ ପାକିସ୍ତାନରେ ରିଲିଜ୍‌ ନହୋଇପାରିବାନେଇ ଶନିବାର ନନ୍ଦିତା ତାଙ୍କ ଟ୍ୱିଟ୍‌ରେ କ୍ଷୋଭ ପ୍ରକାଶ କରିଥିଲେ।

ସେ କହିଥିଲେ, “ମଣ୍ଟୋ ପାକିସ୍ତାନରେ ପ୍ରଦର୍ଶିତ ନହେବା ନେଇ ମୁଁ ବିବ୍ରତ ଅନୁଭବ କରୁଛି। ମୁଁ ଏଥିପାଇଁ ଆଗ୍ରହୀ ଥିଲି ଯେ, ଲେଖକ ଭାବେ ସେ ଉଭୟ ଦେଶର।”

ସୂଚନାଯୋଗ୍ୟ ଯେ, ମଣ୍ଟୋ ବ୍ୟାନ୍‌ ହେବାପରେ ପାକିସ୍ତାନର ବୁଦ୍ଧିଜୀବୀମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏପରିକି ଏହାକୁ ପାକିସ୍ତାନରେ ରିଲିଜ୍‌ କରାଇବାର ବ୍ୟବସ୍ଥା କରାଯାଉ ବୋଲି ଏକ ଖୋଲା ଚିଠି ଲେଖିଥିଲେ।



from Odisha Reporter https://ift.tt/2EzJ8x1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages