ବିରୋଧୀ ନେତାଙ୍କୁ ଖୁସି କରିବାକୁ ବଦଳିଲା ଡିଲ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ବିରୋଧୀ ନେତାଙ୍କୁ ଖୁସି କରିବାକୁ ବଦଳିଲା ଡିଲ୍ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରଙ୍କୁ କଡ଼ା ବିରୋଧ କରୁଥିବା ଏକ ଦଳର ଜଣେ ବରିଷ୍ଠ ନେତାଙ୍କୁ ଖୁସି କରିବା ପାଇଁ ଏକ ବଡ଼ଧରଣର ଡିଲ୍ ହୋଇଥିବା ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ରାଜ୍ୟ ସରକାରଙ୍କ ଏକ ଇଞ୍ଜିନିୟରିଂ ବିଭାଗ କୁଆଡ଼େ ୩୮୦କୋଟି ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ଚୂଡ଼ାନ୍ତ କରିବାକୁ ଯାଉଛି। ଯେଉଁ କମ୍ପାନୀ ଏହି ପ୍ରକଳ୍ପ କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ହାତେଇବ ତାହା ସହ କୁଆଡ଼େ ବିଜେଡିର ଜଣେ ଯୁବନେତା ଏବେ ବ୍ୟାକଡୋରରେ ଆଲୋଚନା ଆରମ୍ଭ କରିଛନ୍ତି। ରାଜ୍ୟର ଏକ କମ୍ପାନୀ କୁଆଡ଼େ ଏହି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି ଓ ସମ୍ପୃକ୍ତ ଯୁବନେତାଙ୍କ ମାଧ୍ୟମରେ ମୋଟା ଅଙ୍କର କିକବ୍ୟାକ୍ ଦେବାକୁ ମଧ୍ୟ ରାଜି ହୋଇଛି।

ଚର୍ଚ୍ଚା ହେଉଛି,ଏହି କିକବ୍ୟାକ୍ କୁଆଡ଼େ ପ୍ରଥମେ ସେହି ଯୁବନେତାଙ୍କ ମାଧ୍ୟମରେ ଦଳୀୟ ପାଣ୍ଠିକୁ ଆସିଥାନ୍ତା। ମାତ୍ର ୟା ଭିତରେ କ’ଣ ହେଲା କେଜାଣି ସେହି ଡିଲରୁ କୁଆଡ଼େ ସରକାରଙ୍କୁ ବିରୋଧ କରୁଥିବା ଗୋଟିଏ ଦଳର ଜଣେ ନେତାଙ୍କୁ ଆର୍ଥିକ ଫାଇଦା ଦେବାକୁ ନିଷ୍ପତ୍ତି ନିଆଗଲା। ଉପର ମହଲରୁ ନିର୍ଦ୍ଦେଶ ମିଳିବା ପରେ କୁଆଡ଼େ ସମ୍ପୃକ୍ତ ଯୁବନେତା ଓ ରାଜ୍ୟର ସେହି ଠିକା ସଂସ୍ଥାକୁ ସାଇଡ୍ ଲାଇନ୍ କରାଯାଇ ବିରୋଧୀ ଦଳର ସେହି ନେତା ଚାହୁଁଥିବା ଏକ ସଂସ୍ଥା ସହ ଏବେ ପୁଣିଥରେ ଡିଲ୍ ଆରମ୍ଭ ହୋଇଛି।

ଅନ୍ୟଜଣେ ବରିଷ୍ଠ ଅଧିକାରୀଙ୍କ ମାଧ୍ୟମରେ କୁଆଡ଼େ ସେହି ସଂସ୍ଥା ସହ ଦେଣନେଣ ଚର୍ଚ୍ଚା ଚାଲିଛି। ଆଉ ବିରୋଧୀ ଦଳର ସେହି ନେତାଙ୍କୁ କୁଆଡ଼େ ଏସବୁ ବିଷୟରେ ନିୟମିତ ଅବଗତ କରାଯାଉଛି।ଏହି ପ୍ରକଳ୍ପ କୁଆଡ଼େ ସମ୍ପୃକ୍ତ ନେତାଙ୍କ ପଡ଼ୋଶୀ ଜିଲ୍ଲାରେ ହେବ।

ଚର୍ଚ୍ଚା ହେଉଛି, ଏହି କାର୍ଯ୍ୟରୁ ପ୍ରାୟ ୫ରୁ ୭କୋଟି ଟଙ୍କା କୁଆଡ଼େ ସମ୍ପୃକ୍ତ ନେତାଜଣକ ପାଇବେ। ଆଉ ତା’ପୁଣି ଉପର ମହଲର ନିର୍ଦ୍ଦେଶ ଯୋଗୁ। ନିର୍ବାଚନ ପୂର୍ବରୁ କୁଆଡ଼େ ସମ୍ପୃକ୍ତ ନେତାଙ୍କୁ ଏଭଳି ପାଣ୍ଠି ଦେଇ ତାଙ୍କୁ ପରୋକ୍ଷରେ ପୁରସ୍କୃତ କରାଯାଉଛି। ସମ୍ପୃକ୍ତ ନେତାଜଣକ ବିଭିନ୍ନ କାର୍ଯ୍ୟରେ ଯେଉଁଭଳି ସହଯୋଗ କରି ସୁସମ୍ପର୍କ ରଖିଥିଲେ ତାହା କୁଆଡ଼େ କ୍ଷମତାକେନ୍ଦ୍ରଙ୍କୁ ବେଶୀ ପ୍ରଭାବିତ କରିଛି। ଅବଶ୍ୟ କ୍ଷମତାକେନ୍ଦ୍ର ଏବେ ଏହି ଡିଲରେ ସମ୍ପୃକ୍ତ ନେତାଙ୍କୁ ଖୁସି କରାଇ ଆଗାମୀ ଦିନ ପାଇଁ ମାର୍ଗ ପ୍ରଶସ୍ତ କରିବାରେ ଲାଗିଛନ୍ତି। ନିର୍ବାଚନ ପରେ ଯଦି ବିଧାନସଭାରେ ସଂଖ୍ୟାର ଗଣିତ ଏପଟସେପଟ ହୁଏ ତା’ହେଲେ ସମ୍ପୃକ୍ତ ନେତାଙ୍କ ସହଯୋଗ ପାଇଁ ଏବେଠୁ ବାଟ ବାହାର କରାଯାଇଥିବା ଚର୍ଚ୍ଚା।



from Odisha Reporter https://ift.tt/2GaqNId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages