୫ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶାରେ ପଡ଼ିବ କି? କିଏ କ’ଣ ଆକଳନ କଲେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

୫ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶାରେ ପଡ଼ିବ କି? କିଏ କ’ଣ ଆକଳନ କଲେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ୫ ରାଜ୍ୟର ନିର୍ବାଚନୀ ଫଳାଫଳ। ଏଥିରେ କଂଗ୍ରେସକୁ ବିପୁଳ ସମର୍ଥନ ମିଳିଛି। ଏହା ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ? ୨୦୧୯ ନିର୍ବାଚନରେ କ’ଣ ରହିବ ଏହାର ପ୍ରଭାବ? ତାକୁ ନେଇ ଓଡ଼ିଶାରେ ଆରମ୍ଭ ହୋଇଛି ଆଲୋଚନା ଓ ପର୍ଯ୍ୟାଲୋଚନା।

ତେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାରୀ ବିରୋଧୀ ହାଓ୍ୱାରେ ଶାସକ ଦଳର ଶୋଚନୀୟ ପରାଜୟ ପରେ ଓଡ଼ିଶାରେ ବି ଆଣ୍ଟି- ଇନ୍‌କମ୍ବେନ୍‌ସି, ଭୋଟ୍‌ ରାଜନୀତିକୁ ଓଲଟପାଲଟ କରିବାର ଆଶଙ୍କା ରହିଛି। ତେଣୁ ରାଜ୍ୟର ପ୍ରମୁଖ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ରଣନୀତି ବଦଳାଇବାର ସମ୍ଭାବନା ରହିଛି।

୫ ରାଜ୍ୟର ଫଳାଫଳ ପରେ ବିଜେପି ଅଫିସ୍‌ ଖାଁ ଖାଁ ଲାଗୁଛି। ଆଉ ଉଠୁଛି ପଡୁଛି କଂଗ୍ରେସ କାର୍ଯ୍ୟାଳୟ। ପାରମ୍ପରିକ ବାଦ୍ୟର ତାଳେ ତାଳେ ଚାଲିଛି ନାଚଗୀତ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ସାଧାରଣ ଲୋକଙ୍କୁ ମିଠା ବାଣ୍ଟି ବିଜୟ ଉତ୍ସବ ପାଳିଛି କଂଗ୍ରେସ୍। ତେବେ ବଡ଼ ପ୍ରଶ୍ନ, ‘୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ କୁହାଯାଉଥିବା ଏହି ଫଳାଫଳ ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିପାରିବ? ଲମ୍ବା ସମୟ ଧରି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଶାସନ ଗାଦିରେ ଥିବାରୁ ଏଠାରେ ମଧ୍ୟ ବୋହିବ କି ସରକାର ବିରୋଧୀ ହାଓ୍ୱା? ବିଜେଡି ବିରୋଧରେ ସୃଷ୍ଟି ହେଉଥିବା ଜନମତ ସରକାରକୁ ଅଡ଼ୁଆରେ ପକାଇବ କି? ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। କାରଣ ଛତିଶଗଡ଼ରେ ରମଣ ସିଂହ ଓ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଆସିଥିଲେ। ଉଭୟଙ୍କର ବେଶ୍ ଲୋକପ୍ରିୟତା ଥିବା ସହ ଦୁହେଁ ବିକାଶକୁ ମୁଦ୍ଦା କରିଥିଲେ। ଏହା ସତ୍ତ୍ୱେ ଛତିଶଗଡ଼ରେ ବିଜେପିକୁ ହାର୍‌ର ସାମ୍ନା କରିବାକୁ ପଡ଼ିଲା ଓ ମଧ୍ୟପ୍ରଦେଶରେ ତୀବ୍ର ସଂଘର୍ଷ କରିବାକୁ ପଡ଼ିଛି।

ରାଜନୀତିକ ପଣ୍ଡିତଙ୍କ କହିବା ଅନୁଯାୟୀ, ଶିବରାଜ ଓ ରମଣଙ୍କ ବିରୋଧରେ ଯେତେ ଅସନ୍ତୋଷ ନଥିଲା, ତାଠୁ ଢେର୍ ଅଧିକ ମନ୍ତ୍ରୀ ଓ ଶାସକ ବିଧାୟକଙ୍କ ବିରୋଧରେ ଥିଲା। ଆଉ ଓଡ଼ିଶାରେ ସମାନ ସ୍ଥିତି। ନବୀନଙ୍କ ଲୋକପ୍ରିୟତା ଏବେ ରହିଥିଲେ ମଧ୍ୟ ଶାସକ ଦଳ ବିଧାୟକଙ୍କ ବିରୋଧରେ ତୀବ୍ର ହେଉଛି ଜନ ଅସନ୍ତୋଷ। ତାହା ସହ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ଓଡ଼ିଶରେ ବି ଭଷ୍ଟ୍ରାଚାର, ବେକାରୀ ଓ ଚାଷୀ ସମସ୍ୟା ଉତ୍କଟ ହେଲାଣି। ତେଣୁ ଓଡ଼ିଶାରେ ଶାସକ ଦଳର ସମାନ ଦଶା ହେବନି ତ?

ବିଜେପି କହିଛି ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳି ସ୍ଥିତି ହେବ। କଂଗ୍ରେସ କହିଛି ଏହି ୩ ରାଜ୍ୟର ଫଳାଫଳର ପ୍ରଭାବ ଓଡ଼ିଶାରେ ରହିବ। ସେପଟେ ନବୀନଙ୍କ ଉପରେ ପୁଣି ଥରେ ଲୋକେ ଭରସା କରିବେ ବୋଲି ବିଜେଡି ଆଶାବାଦୀ ରହିଛି।

କିଏ କ’ଣ କହୁଛନ୍ତି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଛତିଶଗଡ଼ବାସୀ ବିକାଶକୁ ଅନୁଭବ ନ କରି ବିଜେପିକୁ ଗାଦିଚ୍ୟୁତ କରିଛନ୍ତି। ଠିକ୍‌ ସେମିତି ଓଡ଼ିଶାର ଲୋକେ ଶାସନ ବ୍ୟବସ୍ଥାକୁ ଅନୁଭବ ନ କରି ବିଜେଡିକୁ ଗାଦିଚ୍ୟୁତ କରି ବିକାଶ ପାଇଁ କଂଗ୍ରେସକୁ ସହଯୋଗ କରିବେ।”

ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି-“ଏହି ନିର୍ବାଚନର ଫଳାଫଳ ବାର୍ତ୍ତା ଦେଉଛି ପରିବର୍ତ୍ତନର। ରାଜ୍ୟବାସୀ ଗୋଟିଏ ଶାସନ ବ୍ୟବସ୍ଥାକୁ ଦୀର୍ଘ ସମୟ ଧରି ବରଦାସ୍ତ କରୁନାହାନ୍ତି। ସେଥିପାଇଁ ପରିବର୍ତ୍ତନ ଚାହୁଁଛନ୍ତି। ଆମେ ଜନାଦେଶକୁ ସ୍ୱାଗତ କରୁଛୁ। ଆଉ ଏହି ପରିବର୍ତ୍ତନର ହାୱା ଓଡ଼ିଶାକୁ ସ୍ପର୍ଶ କରିବ ଓ ବିଜେଡି ସରକାରର ପତନ ଘଟିବ।”

ବିଜେଡି ମୁଖପାତ୍ର ଅରୁଣ ସାହୁ କହିଛନ୍ତି-“ଓଡ଼ିଶାରେ ବିଜେପି ଯାହା ଆଶା କରୁଛି, ତାକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିବେ। ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଭରସା ରହିଛି। ନବୀନଙ୍କୁ ହିଁ ଆଶୀର୍ବାଦ ଦେବେ।”



from Odisha Reporter https://ift.tt/2ROacva

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages