‘ବିଗ୍‌ ବସ୍‌’ ହାଉସ୍‌ରେ ଗୌହର୍‌ଙ୍କ ସହ ଏମିତି ବ୍ୟବହାର କଲେ ଶ୍ରୀସନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

‘ବିଗ୍‌ ବସ୍‌’ ହାଉସ୍‌ରେ ଗୌହର୍‌ଙ୍କ ସହ ଏମିତି ବ୍ୟବହାର କଲେ ଶ୍ରୀସନ୍ତ

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୨’ରେ ବୁଧବାର ହେଉଛି ଫିନାଲେ ୱିକ୍‌ର ତୃତୀୟ ଦିନ। ମଙ୍ଗଳବାର ଦ୍ୱିତୀୟ ଦିନରେ ଶେଷ ସପ୍ତାହର ଶେଷ ଟାସ୍କ ‘ବିବି ହୋଟେଲ୍‌’ କରାଇବାକୁ ‘ବିଗ୍‌ ବସ୍‌’ ଘରକୁ ହିନା ଖାନ୍‌ ଓ ଜୁହି ପରମାର୍ ଆସିଥିଲେ। ସେମାନେ ଆସି ଘରେ ବେଶ୍‌ ମଜାଦାର ଟାସ୍କ କରାଇଥିଲେ। ଆଜି ତୃତୀୟ ଦିନରେ ‘ବିଗ୍‌ ବସ୍‌-୭’ର ବିଜେତା ଗୌହର୍‌ ଖାନ୍‌ ଘର ଭିତରକୁ ଏଣ୍ଟ୍ରି କରିବେ। ଗୌହର୍‌ ୫ ବର୍ଷ ପରେ ପୁଣିଥରେ ଏହି ଶୋ’ରେ ନଜର ଆସିବେ।

‘ବିଗ୍‌ ବସ୍‌’ ଘରକୁ ଆସିବା ପରେ ଗୌହର୍‌ ମଧ୍ୟ ଘରର ସଦସ୍ୟମାନଙ୍କୁ ‘ବିବି ହୋଟେଲ୍‌’ ଟାସ୍କ କରାଇବେ। ଶୋ’ ତରଫରୁ ଜାରି ହୋଇଥିବା ପ୍ରୋମୋ ଅନୁଯାୟୀ, ଗୌହର୍‌ ଶ୍ରୀସନ୍ତଙ୍କୁ ଏକ ଟାସ୍କ ଦେବେ, ଯେଉଁଥିରେ ସେ ତାଙ୍କୁ ଦୀପିକାଙ୍କ ନିକାହର ଓଢ଼ଣୀ ଓ ସ୍ୱାମୀ ସୋଏବ୍‌ଙ୍କ ଜ୍ୟାକେଟ୍‌ ନେଇ ଷ୍ଟୋର୍‌ ରୁମ୍‌ରେ ରଖିବାକୁ କହିବେ। ହେଲେ ଶ୍ରୀସନ୍ତ ଏଭଳି କରିବାରୁ ମନା କରିଦେବେ।

କେବଳ ଏତିକି ନୁହେଁ, ଏହି ଟାସ୍କ ଶୁଣି ଶ୍ରୀସନ୍ତ ରାଗିଯାଇ ଗୌହର୍‌ଙ୍କ ଉପରେ ଚିଲାଇବେ। ତେବେ ଶ୍ରୀସନ୍ତଙ୍କର ଏପରି ବ୍ୟବହାରେ ଗୌହର୍‌ ରାଗିଯାଇ, “ଏହା ଯଦି ତାଙ୍କ ଘର ହୋଇଥା’ନ୍ତା, ତେବେ ସେ କେବେ ହେଲେ ଅତିଥିଙ୍କ ସହ ଏଭଳି ବ୍ୟବହାର କରି ନଥା’ନ୍ତେ’ ବୋଲି କହୁଥିବା ପ୍ରୋମୋରେ ଦେଖିବାକୁ ମିଳିଛି।

ଏହା ପୂର୍ବରୁ ସୋମବାର ‘ବିଗ୍‌ ବସ୍‌’ ଘରର ସଦସ୍ୟମାନଙ୍କୁ କ୍ରିସ୍‌ମାସ୍‌ ପାର୍ଟି ଦେଇଥିଲେ। ସୁରଭି ରାଣାଙ୍କୁ ମିଲିଥିବା ସିକ୍ରେଟ୍‌ ଟାସ୍କରେ ଟିକେ ଘରର ମାହୋଲ ବିଗିଡ଼ି ଯାଇଥିଲା। ହେଲେ ସୁରଭି ଦାୟିତ୍ୱବାନ ଭାବେ ନିଜ ଟାସ୍କ ପୂରଣ କରିବା ପରେ ‘ବିଗ୍‌ ବସ୍‌’ ଖୁସି ହୋଇଥିଲେ ଓ ସମସ୍ତଙ୍କ ପାଇଁ ଏକ କ୍ରିସମାସ୍‌ ପାର୍ଟିର ଆୟୋଜନ କରିବା ସହ ସେମାନଙ୍କୁ ଗିଫ୍ଟ ମଧ୍ୟ ଦେଇଥିଲେ।



from Odisha Reporter http://bit.ly/2Q05jNW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages