
ଜୟପୁର:ଅଭିନବ ଢଙ୍ଗରେ ସୁନା କାରବାର। ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ସୁନା ଚାଲାଣ କରୁଥିବା ବେଳେ ଧରାପଡ଼ିଗଲା। ମଳଦ୍ୱାରରେ ସୁନା ନେଇ ଚୋରା ଚାଲାଣ କରୁଥିବା ବେଳେ ଜୟପୁର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ପଙ୍କଜ ସାଦୁଓ୍ଵାନି।
ବ୍ୟାଙ୍କକ୍ରୁ ସୁନା ନେଇ ଜୟପୁର ଆସୁଥିବା ବେଳେ ସନ୍ଦେହରେ ସମ୍ପୃକ୍ତ ବ୍ୟକ୍ତିକୁ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ କେଜିଏ ଓଜନର ସୁନା ଜବତ କରାଯାଇଥିଲା। ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୩୦ ଲକ୍ଷ ଟଙ୍କା ହେବ।
ପରେ ବ୍ୟକ୍ତି ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି। କଷ୍ଟମ୍ସ୍ ବିଭାଗ ପକ୍ଷରୁ ଏହି ଯାଞ୍ଚ କରାଯାଥିଲା। ଗତ କିଛି ଦିନ ମଧ୍ୟରେ ଜୟପୁର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଏମିତି ଅନେକ ସୁନା ଚୋରାଚାଲାଣ ଧରାପଡ଼ିଲାଣି। ଏହାକୁ ନେଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ କଡ଼ା ନିଘା ରଖାଯାଇଛି।
from Odisha Reporter http://bit.ly/2VbUtYP
No comments:
Post a Comment