ସାର୍‌ଙ୍କ ଡାର୍ଟି ଷ୍ଟୋରୀ: ପାଇଖାନା ଭିତରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ସାର୍‌ଙ୍କ ଡାର୍ଟି ଷ୍ଟୋରୀ: ପାଇଖାନା ଭିତରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସାର୍‌ଙ୍କ ଡାର୍ଟି ଷ୍ଟୋରୀ। କ୍ଳାସରେ ପାଠ ପଢ଼ାଇବା ପରିବର୍ତ୍ତେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପାଇଖାନା ସଫା କରିବାକୁ ପଠାଇଲେ। ପରେ ସେ ନିଜେ ଯାଇ ଛାତ୍ରୀଙ୍କୁ ପାଇଖାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଗୁରୁତର ଅଭିଯୋଗ ଦେବଗଡ଼ ଜିଲ୍ଲାରୁ ଆସିଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ଗତ ମଙ୍ଗଳବାର ତେଳେଇବଣୀ ବ୍ଲକ ଅଞ୍ଚଳର ଶିକ୍ଷକ ମନୋଜ ଦେବତା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ(୧୧)ଙ୍କୁ ପାଇଖାନା ସଫାକରିବା ପାଇଁ ଡାକି ଥିଲେ। ସାର୍‌ଙ୍କ କଥା ମାନି ଛାତ୍ରୀ ଜଣକ ଶୌଚାଳୟ ଭିତରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସାର୍‌ ପାଇଖାନା ଭିତରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭଯୋଗ ହୋଇଛି। ଏକଥା ଛାତ୍ରୀ ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଶେଷରେ କଥା ଯାଇ ପହଞ୍ଚିଥିଲା ଶିକ୍ଷକଙ୍କ ସ୍ତ୍ରୀଙ୍କ ପାଖରେ। ଏହି ମାମଲାର ସମାଧାନ ପାଇଁ ସ୍କୁଲରେ ଏକ ବୈଠକ ବସିଥିଲା। ଏଥିରେ ପୀଡ଼ିତାଙ୍କ ପରିବାର ଲୋକ, ଗାଁ ଲୋକ, ଅଭିଯୁକ୍ତ ଶିକ୍ଷକ ଓ ତାଙ୍କ ସ୍ତ୍ରୀ ଯୋଗଦେଇଥିଲେ। ଆଲୋଚନା ଓ ପର୍ଯାଲୋଚନା ପରେ ଶିକ୍ଷକଙ୍କୁ ୫୦,୦୦୦ ଟଙ୍କା ଜୋରିମାନା କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସାର୍‌ ସେହି ଟଙ୍କା ଦେବାକୁ ମନା କରିଦେଲେ। ଏପରିକି ପ୍ରଧାନଶିକ୍ଷକଙ୍କୁ ଧମକଚମକ ଦେଇଥିଲେ।

ଗତକାଲି ଛାତ୍ରୀ ଜଣକ ଏନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ପୁଲିସ ଅଭିଯୋଗକୁ ଭିତ୍ତିକରି କରି ଦଫା (୩୭୬) ଓ (୬) ପୋକ୍ସୋ ଆକ୍ଟ ଏବଂ ୩ ଏସ୍‌ସି-ଏସ୍‌ଟି ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସାର ମନୋଜ ଦେବତାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ପୀଡ଼ିତା ଛାତ୍ରୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇ ଦେଇଛି।

ସାର୍‌ଙ୍କ ପୁରୁଣା ରେକର୍ଡ଼ ମଧ୍ୟ ଖରାପ ଥିବା ଅଭିଯୋଗ ହେଉଛି। ସେ ଏମିତି ମାମଲାରେ ଗିରଫ ମଧ୍ୟ ହୋଇଥିଲେ। ଏଥିପାଇଁ ତାଙ୍କୁ ୬ ମାସ ପାଇଁ ଚାକିରିରୁ ବହିଷ୍କାର କରାଯାଇଥିଲା।



from Odisha Reporter https://ift.tt/2Eoqasf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages