
ମୁମ୍ବାଇ: ଇଣ୍ଡିଗୋ ଏୟାରଲାଇନ୍ସର ଏକ ଫ୍ଲାଇଟରେ ବୋମା ଥିବା କଥା ପ୍ରଚାର ହେବାପରେ ଚାରିଆଡ଼େ ଭୟର ବାତାରଣ ସୃଷ୍ଟି ହୋଇଛି। ବିମାନଟି ମୁମ୍ବାଇରୁ ଦିଲ୍ଲୀ ଦେଇ ଲକ୍ଷ୍ନୌ ଯିବାର ଥିଲେ ହେଁ ବୋମା ଥିବା ଖବର ମିଳିବା ପରେ ଏହାର ଜରୁରୀ ଅବତରଣ କରାଯାଇଛି।
ଏହି ବିମାନରେ ୧୬୯ ଜଣ ଯାତ୍ରୀ ଥିଲେ। ଏହା ସକାଳ ୬.୫ରେ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିବାର ଥିଲା। ତେବେ ଏହି ସମୟରେ ଜଣେ ମହିଳା ଯାତ୍ରୀ ଇଣ୍ଡିଗୋ କମ୍ପାନୀର କର୍ମଚାରୀଙ୍କୁ ମୁମ୍ବାଇ ବିମାନବିନ୍ଦରରେ ଭେଟିଥିଲେ।
ସେ ମୁମ୍ବାଇ-ଦିଲ୍ଲୀ ୬ଇ ୩୬୧୨ ବିମାନରେ ବୋମା ଥାଇପାରେ ବୋଲି କହିବା ସହ କିଛି ଫଟୋ ଦେଖାଇଥିଲେ। ଏହାପରେ କର୍ମଚାରୀ ଜଣଙ୍କ ଏକଥା ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବିମାନଟିକୁ ଜରୁରୀ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଯାଞ୍ଚ ବେଳେ କିଛି ନ ମିଳିବାରୁ ବୋମା ଥିବା କଥା କହିଥିବା ଯାତ୍ରୀ ଜଣଙ୍କୁ ପଚରାଉଚରା କରାଯାଇଥିଲା।
ତେବେ ସେ ମାନସିକ ରୋଗଗ୍ରସ୍ତ ବୋଲି ଜଣାପଡ଼ିଥିଲା। କିନ୍ତୁ ମିଛ ବୋମା ଆତଙ୍କ କାରଣରୁ ବିମାନଟି ପ୍ରାୟ ୧ ଘଣ୍ଟା ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିଲା।
from Odisha Reporter https://ift.tt/2SSJWA5
No comments:
Post a Comment