ବରିଷ୍ଠ କନ୍ନଡ଼ ଅଭିନେତା ଲୋକନାଥ୍‌ଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ବରିଷ୍ଠ କନ୍ନଡ଼ ଅଭିନେତା ଲୋକନାଥ୍‌ଙ୍କ ପରଲୋକ

loknath

ବେଙ୍ଗାଲୁରୁ: ଭେଟେରାନ୍‌ କନ୍ନଡ଼ ଅଭିନେତା ସି.ଏଚ୍‌ ଲୋକନାଥଙ୍କ ହୃଦ୍‌ଘାତରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଏହି ବର୍ଷୀଆନ୍‌ ଅଭିନେତାଙ୍କ ମରଶରୀରକୁ ବେଙ୍ଗାଲୁରୁର ରବିନ୍ଦ୍ର କଳାକ୍ଷେତ୍ରରେ ସହକର୍ମୀ ଓ ପ୍ରଶଂସକମାନେ ଶେଷ ସମ୍ମାନ ଜଣାଇଛନ୍ତି।

ପରିବାର ସୂତ୍ରର ସୂଚନା ଅନୁସାରେ, ରବିବାର ମଧ୍ୟରାତି ଅର୍ଥାତ୍‌ ପ୍ରାୟ ୧୨.୧୦ ମିନିଟ୍‌ରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୯୭୦ ମସିହାରେ ଲୋକନାଥ୍ ‘ସଂସ୍କାର୍‌’ ଫିଲ୍ମ୍‌ରେ ଡେବ୍ୟୁ କରିଥିଲେ ଏବଂ ଏହି ଫିଲ୍ମ ଜାତୀୟ ପୁରସ୍କାର ପାଇଥିଲା। ନିଜ ଛ’ ଦଶନ୍ଧିର କ୍ୟାରିଅର୍‌ରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ନିଆରା ଛାପ ଛାଡ଼ିଥିବା ଲୋକନାଥ୍‌ଙ୍କୁ ‘ମାଲ୍‌ଗୁଡ଼ି ଡେଜ୍‌, ଭୁତାୟନା ମାଗା ଆୟୁ ଓ ପୁଷ୍ପକ ବିମାନ’ ଆଦି ଫିଲ୍ମ୍‌ ବେଶ୍ ପ୍ରସିଦ୍ଧି ଆଣି ଦେଇଥିଲା।

ସେ ୬୫୦ରୁ ଅଧିକ କନ୍ନଡ ଫିଲ୍ମ ଓ ୧୦୦୦ରୁ ଅଧିକ ନାଟକରେ ମଧ୍ୟ କାମ କରିଛନ୍ତି। ଇଣ୍ଡଷ୍ଟ୍ରୀ ଓ ପ୍ରଶଂସକ ମହଲରେ ତାଙ୍କୁ ସମସ୍ତେ ଶ୍ରଦ୍ଧାରେ ‘ଅଙ୍କଲ୍‌’ ବୋଲି ଡାକୁଥିଲେ।



from Odisha Reporter http://bit.ly/2SspN3R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages