ଆତ୍ମସମର୍ପଣ ପରେ ଜେଲ ଗଲେ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଆତ୍ମସମର୍ପଣ ପରେ ଜେଲ ଗଲେ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ମସିହା ଶିଖ୍‌ ଦଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ଶେଷରେ ଆଜି ଦିଲ୍ଲୀର ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ସଜ୍ଜନଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ସେ ଆଜି ମଧ୍ୟାହ୍ଣରେ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ୍‌ ଅଦିତି ଗର୍ଗଙ୍କ ନିକଟରେ  ଆତ୍ମସମର୍ପଣ କରିଛନ୍ତି। ଶ୍ରୀ ଗର୍ଗଙ୍କ ନିର୍ଦ୍ଦେଶ  ପରେ ପୁଲିସ୍‌ ତାଙ୍କୁ ପୂର୍ବ ଦିଲ୍ଲୀରେ ଥିବା ମାଣ୍ଡୋଲି ଜେଲ୍‌କୁ ନେଇଛି। ସଜ୍ଜନଙ୍କ ସହ ଏହି ଘଟଣାର ଆଉ ଦୁଇ ଜଣ ଦଣ୍ଡିତ ଅପରାଧୀ ମଧ୍ୟ ଆଜି କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜେଲ ଯାଇଛନ୍ତି।

୧୯୮୪ ମସିହା ନଭେମ୍ବର ୧ରେ କଂଗ୍ରେସ ଟିକେଟ୍‌ରୁ ସାଂସଦ ହୋଇଥିବା ସଜ୍ଜନ କୁମାରଙ୍କ ନିର୍ଦ୍ଦେଶରେ ରାଜ ନଗରରେ ରହୁଥିବା ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ଡିସେମ୍ୱର ୧୭ରେ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡ ସହ ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆତ୍ମସମର୍ପଣ ଅବଧିକୁ ବୃଦ୍ଧି କରିବାକୁ ସଜ୍ଜନ କୁମାର ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଅନ୍ୟପକ୍ଷରେ ସଜ୍ଜନ କୁମାର ସୁପ୍ରିମକୋର୍ଟରେ ମଧ୍ୟ ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିଛନ୍ତି।

ଆଜି ସଜ୍ଜନ କୁମାର ଆତ୍ମସମର୍ପଣ କରିବା ପୂର୍ବରୁ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଧାୟକ କିଷନ ଖୋଖାର ଓ ମହେନ୍ଦ୍ର ଯାଦବ ଆତ୍ମସମର୍ପଣ କରିଥିଲେ।

୧୯୮୪ ମସିହା ଅକ୍ଟୋବର ୩୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଦୁଇ ଜଣ ଶିଖ୍‌ ଦେହରକ୍ଷୀ ହତ୍ୟା କରିଥିଲେ। ଏହାପରେ ସାରା ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।



from Odisha Reporter http://bit.ly/2An5KwC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages